ଭୁବନେଶ୍ଵର ( ରାଜ୍ୟ କାହାଣୀ) ମାନସିକ ଅନଗ୍ରସର ଦିବ୍ୟାଙ୍ଗ ଥଇଥାନ କେନ୍ଦ୍ରରେ ନିର୍ଯାତନା । ସମ୍ବଲପୁର ଧନୁପାଲି ଥାନା ପୁଟିବନ୍ଧ ସ୍ଥିତ ସମର୍ଥ କେନ୍ଦ୍ରରେ ନିର୍ଯାତନା ଦିଆଯାଉଥିବା ଅଭିଯୋଗ ହୋଇଛି । ଅନ୍ତେବାସୀଙ୍କୁ ନିମ୍ନ ମାନର ଖାଦ୍ୟ ସହ ଦିଆଯାଉଛି ଅକଥନୀୟ ନିର୍ଯାତନା । କଥା କଥାରେ ମାଡ଼ ଓ ଗାଳି କରୁଛନ୍ତି କେନ୍ଦ୍ର ପରିଚାଳକା । ବଞ୍ଚାଓ ବଞ୍ଚାଓ ବୋଲି ରଡି ଛାଡୁଛନ୍ତି ଅନ୍ତେବାସୀ l ଏହି ସବୁ ଦୃଶ୍ୟ ମୋବାଇଲ ଓ ସିସିଟିଭିରେ କଏଦ ହୋଇଛି ।ତେବେ ଏହି ଘଟଣା ପଦାରେ ପଡିଥିଲା ସେତେବେଳେ ଯେତେବେଳେ ଗତକିଛି ଦି ତଳେ ଜଣେ ମହିଳା ଏଠାରେ ନୂଆ କେୟାର ଟେକର ଭାବେ ନିଯୁକ୍ତି ପାଇଥିଲେ । ଏବଂ ନୀରିହ ମାନସିକ ବିକାରଗ୍ରସ୍ତ ଲୋକଙ୍କ ଉପରେ ହେଉଥିବା ନିର୍ଯାତନା ଦେଖି ସେ ସହିପାରିନଥିଲେ । ଚତୁରତାର ସହ ସମସ୍ତଙ୍କ ଭିଡିଓକୁ ନିଜ ମୋବାଇଲରେ କଏଦ କରି ଶେଷରେ ଆଇନର ଆଶ୍ରୟ ନେଇଥିଲେ ।ଏବେ ସମର୍ଥ କେନ୍ଦ୍ରରେ ପହଞ୍ଚି ଚଢାଉ କରିଛି ପୋଲିସ। ସେପଟେ ଅଭିଯୋଗ କୁ ଖଣ୍ଡନ କରିଛନ୍ତି ସମର୍ଥ ଥଇଥାନ କେନ୍ଦ୍ରର ସମ୍ପାଦକ ଓ ସହାୟିକା ।
ତେବେ ଏହି ସଂସ୍ଥାର ସମ୍ପାଦକ ହରିଶ ଚନ୍ଦ୍ର ସାହୁ ଓ ସହାୟିକା ମହିଳା ଏସବୁ ନିର୍ଯାତନା ଘଟଣାର କରିତକର୍ମା ଓ ମାଷ୍ଟରମାଇଣ୍ଡ । ଏପରିକି ମହିଳା ଏବଂ ପୁରୁଷ ଅନ୍ତେବାସୀଙ୍କୁ ଗୋଟିଏ ଯାଗାରେ ବିନା ବସ୍ତ୍ରରେ ଗାଧୋଇ ଦେବାର ଭିଜୁଆଲ ମଧ୍ୟ ମୋବାଇଲରେ କଏଦ ହୋଇଛି ।