ଭୁବନେଶ୍ୱର(ରାଜ୍ୟକାହାଣୀ ) ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ସିଂହୀ ‘ରେଓ୍ବା’ର ମୃତ୍ୟୁ ଘଟିଛି। ପ୍ରସବକାଳୀନ ଅସୁସ୍ଥତା ଯୋଗୁ ରେଓ୍ବାର ୮ ବର୍ଷ ବୟସରେ ମୃତ୍ୟୁ ହୋଇଛି। ତିନୋଟି ଛୁଆଙ୍କୁ ଜନ୍ମ ଦେଇ ଜୀବନ ହାରିଲା ସିଂହୀ ରେୱା । ଡିସେମ୍ବର ୨୦୨୦ରେ ଇନ୍ଦୋରର କମଳା ନେହେରୁ ପ୍ରାଣୀ ସଂଗ୍ରାହଳୟରୁ ନନ୍ଦନକାନନ ଅଣାଯାଇଥିଲା । ଚଳିତ ମାସ ଜାନୁଆରୀ ୨୫ରେ ୩ଟି ଛୁଆ ଜନ୍ମ ଦେଇଥିଲା ।ସେ ରହୁଥିବା ଫିଡିଂ ଚାମ୍ବରରେ ସକାଳ ୯ଟା ୩୩ରେ ପ୍ରଥମ ଛୁଆ ଜନ୍ମ କରିଥିଲା। କିନ୍ତୁ, ଦୁର୍ଭାଗ୍ୟବଶତଃ ପ୍ରଥମ ଛୁଆଟି ମୃତଛୁଆ ଜନ୍ମ ହୋଇଥିଲା। ସାଢ଼େ୯ଟାରୁ ୩ଟା ୪୫, ପ୍ରାୟ ୬ ଘଣ୍ଟା ପର୍ଯ୍ୟନ୍ତ ରେଓ୍ବା ଆଉ ପ୍ରସବ କରିନଥିଲା। ଏହା ଜାଣିବା ପରେ ପରବର୍ତ୍ତୀ ସୁଗମ ପ୍ରସବ ପାଇଁ ରଓ୍ବୋକୁ ୩ଟା ୪୫ରେ ଅକ୍ସିଟୋସିନ ଦିଆଯାଉଥିଲା। ଏହାପରେ ୩ଟା ୫୮ରେ ଆଉ ଗୋଟିଏ ଛୁଆ ଜନ୍ମ କରିଥିଲା। ପରେ ପ୍ରାୟ ୨ଘଣ୍ଟା ପରେ ୫ଟା ୫୬ରେ ତୃତୀୟ ଛୁଆଟିକୁ ଜନ୍ମ ଦେଇଥିଲା।
ତେବେ ପଛରେ ଜନ୍ମ ହୋଇଥିବା ୨ଟିଯାକ ଛୁଆକୁ ରେୱା ଆଦରି ନ ଥିଲା। ଫଳରେ ଉଭୟ ନବଜାତ ଜୀବିତ ୨ଟି ଛୁଆକୁ ନନ୍ଦନକାନନ ପ୍ରାଣୀ ଉଦ୍ୟାନର ହ୍ୟାଣ୍ଡ ରିଅରିଂ ସେଣ୍ଟର୍କୁ ଆଣି ଯତ୍ନ ନିଆଯାଇଥିଲା। ସେଠାରେ ତାଙ୍କୁ ଆଇସିୟୁରେ ରଖାଯାଇଛି। ସେମାନଙ୍କ ସ୍ବାସ୍ଥ୍ୟାବସ୍ଥା ଉପରେ ତୀକ୍ଷ୍ଣ ନଜର ରଖାଯାଇଛି। ନନ୍ଦନକାନନରେ ସିଂହୀ ମୋଟ ୮ଟି ଛୁଆ ଜନ୍ମ ଦେଇଥିଲା । ସେଥିମଧ୍ୟରୁ ୬ଟି ଛୁଆ ବଞ୍ଚିଥିବାର ସୂଚନା ଦେଇଛନ୍ତି ନନ୍ଦନକାନନ କର୍ତ୍ତୁପକ୍ଷ । ରେୱାର ମୃତ୍ୟୁ ପରେ ନନ୍ଦନକାନନରେ ୨୩ଟି ସିଂହ ରହିଛନ୍ତି ।