୪ଦିନରେ ସରିବ ରାସନ କାର୍ଡର e-KYC ଯାଞ୍ଚ । ସମୟ ଭିତରେ ଅପଡେଟ୍ କରିପାରିନଥିବା ହିତାଧିକାରୀଙ୍କ ପାଇଁ କୋହଳ ହୋଇପାରେ ବ୍ୟବସ୍ଥା । ଏ ନେଇ ସୂଚନା ଦେଇଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର। ବର୍ତ୍ତମାନ ସୁଦ୍ଧା ୮୮ ପ୍ରତିଶତ ଲୋକ ଇ-କେୱାଇସି (e-KYC) କରିସାରିଛନ୍ତି। ଆହୁରି ୪୦ ଲକ୍ଷ ୪୦ ହଜାର ୮୬୪ ଜଣ ହିତାଧିକାରୀ ଇ-କେୱାଇସି କରିନାହାଁନ୍ତି।ମୋଟ୍ ୩କୋଟି ୩୫ ଲକ୍ଷ ୫୭୦ରୁ ୨କୋଟି ୯୫ ଲକ୍ଷ ୮୯ ହଜାର ୯୧୨ ଜଣ ହିତାଧିକାରୀ e-KYC କରିସାରିଛନ୍ତି । ରାଜ୍ୟରେ ୨କୋଟି ୯୪ ଲକ୍ଷ ୫୯ ହଜାର ୮୮୬ e-KYC ଓ ରାଜ୍ୟ ବାହାରୁ ୧ଲକ୍ଷ ୩୦ ହଜାର ୨୬ ଜଣ ବାହାରେ e-KYC କରିଛନ୍ତି ।ଜାନୁଆରୀ ୩୧ରେ ଇକେୱାଇସି ଯାଞ୍ଚ ସରିବା ପରେ ଯଦି କୌଣସି ଅଭିଯୋଗ ଆସେ ସେନେଇ ସରକାର ବିଚାର କରିବେ ବୋଲି କହିଛନ୍ତି ଯୋଗାଣ ମନ୍ତ୍ରୀ। ଯଦି କେହି ସମୟ ମଧ୍ୟରେ ଦେଇପାରିନାହାନ୍ତି ସେମାନେ ପରେ ଉପଯୁକ୍ତ କାରଣ ଦର୍ଶାଇ ଲିଖିତ ଆକାରରେ ଦେଲେ ପରବର୍ତ୍ତୀ ସମୟରେ e-KYC ପାଇଁ ସରକାର ବିଚାର କରିବେ ।