ଭୁବନେଶ୍ଵର ( ରାଜ୍ୟ କାହାଣୀ) ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କୁ ଅତିରିକ୍ତ ଦାୟିତ୍ବ । ଏସଜେଟିଏର ଅଧ୍ୟକ୍ଷ ଭାବେ ଅତିରିକ୍ତ ଦାୟିତ୍ବ । ପୂର୍ବରୁ ଶ୍ରୀମନ୍ଦିର କାର୍ଯ୍ୟକାରୀ ଅଧ୍ୟକ୍ଷ ଭାବେ ଦାୟିତ୍ୱ ତୁଲାଉଥିଲେ ।ଏନେଇ ରାଜ୍ୟ ପ୍ରଶାସନ ଓ ଜନ ଅଭିଯୋଗ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।
୨୦୨୪ ଅଗଷ୍ଟ ୧୩ ତାରିଖରୁ କାର୍ଯ୍ୟକାରୀ ଅଧ୍ୟକ୍ଷ ଥିଲେ ମନୋଜ ଆହୁଜା । ଗତ ବର୍ଷ ରାଜ୍ୟରେ ନୂଆ ସରକାର ଗଠନ ହେବା ପରେ ବରିଷ୍ଠ ଆଇଏସ୍ ମନୋଜ ଆହୁଜାଙ୍କୁ ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ୱ ମିଳିଥିଲା । ଗତ ଡିସେମ୍ବର ମାସରେ ତାଙ୍କ କାର୍ଯ୍ୟକାଳକୁ ବର୍ଷେ ଯାଏଁ ବଢାଇଦିଆଯାଇଥିଲା ।