ୟୁକ୍ରେନ ଯୁଦ୍ଧ ସମ୍ପର୍କରେ ଟ୍ରମ୍ପଙ୍କ ସହ କଥା ହେବାକୁ ପୁଟିନ ବ୍ୟଗ୍ର !

 ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହିତ କଥା ହେବାକୁ ବେଶ୍‌ ବ୍ୟଗ୍ର ଥିବା ଜଣାପଡ଼ିଛି। ଗତ ଗୁରୁବାର ଟ୍ରମ୍ପ ୟୁକ୍ରେନ ଯୁଦ୍ଧ ସମ୍ପର୍କରେ ରୁଷ ସହ ଆଲୋଚନା କରିବାକୁ ଚାହୁଁଛନ୍ତି ବୋଲି କହିବା ପରେ କ୍ରେମଲିନ ପକ୍ଷରୁ ତୁରନ୍ତ ଏ ନେଇ ପ୍ରତିକ୍ରିୟା ଜାରି କରାଯାଇଛି। ଋଷିଆ ରାଷ୍ଟ୍ରପତି ଭ୍ଲାଦିମୀର ପୁଟିନ ଆମେରିକୀୟ ସମକକ୍ଷ ଡୋନାଲ୍ଡ ଟ୍ରମ୍ପଙ୍କ ସହିତ ଆଲୋଚନା ଲାଗି ପ୍ରସ୍ତୁତ, ତେବେ ଟ୍ରମ୍ପଙ୍କ ପ୍ରତିକ୍ରିୟାକୁ ଅପେକ୍ଷା କରାଯାଇଛି। ଏହି ବୟାନ ୨୪ ଜାନୁୟାରୀ ଶୁକ୍ରବାର ଆସିଛି, ଏଣୁ ଆଶା ଢେର ବଢିଯାଇଛି। କ୍ରେମଲିନ ଅନୁସାରେ ଉଭୟ ନେତାଙ୍କ ମଧ୍ୟରେ ଖୁବ୍ ଶୀଘ୍ର ସାକ୍ଷାତ ହୋଇପାରେ। ଶୀତଳ ଯୁଦ୍ଧ ପରେ ୟୁକ୍ରେନ ଯୁଦ୍ଧ ଦୁଇ ପରମାଣୁ ମହାଶକ୍ତିଙ୍କ ସମ୍ପର୍କକୁ ସବୁଠୁ ନିମ୍ନ ସ୍ତରକୁ ନେଇଯାଇଛି। ଟ୍ରମ୍ପ ବାରମ୍ବାର ବୁଝାମଣା ଦ୍ୱାରା ଯୁଦ୍ଧ ବନ୍ଦ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି। ଟ୍ରମ୍ପ ଗୁରୁବାର କହିଥିଲେ ଯେ, ସେ ପୁଟିନଙ୍କୁ ଶୀଘ୍ର ଭେଟିବାକୁ ଚାହୁଁଛନ୍ତି, ଯାହାଫଳରେ ୟୁକ୍ରେନ ସହିତ ଚାଲିଥିବା ଯୁଦ୍ଧକୁ ସମାପ୍ତ କରାଯାଇପାରିବ। ଏହା ସହିତ ସେ ପରମାଣୁ ଅସ୍ତ୍ରଶସ୍ତ୍ର ବ୍ୟବହାର ହ୍ରାସ ଉପରେ ବି କାର୍ଯ୍ୟ କରିବାକୁ ଆଗ୍ରହ ଜଣାଇଛନ୍ତି। 

Leave A Reply

Your email address will not be published.

4 × 4 =