ଭୁବନେଶ୍ୱର(ରାଜ୍ୟକାହାଣୀ ) ଘୋଷଣା ହେଉଛି ବିଜେପିର ଜିଲ୍ଲା ସଭାପତିଙ୍କ ନାଁ ।ଗଞ୍ଜାମ ଜିଲ୍ଲା ସଭାପତି ହୋଇଛନ୍ତି ସରୋଜ ସାବତ । ଏଥିପାଇଁ ବରିଷ୍ଠ ନେତାଙ୍କୁ ବିଭିନ୍ନ ଜିଲ୍ଲାର ଦାୟିତ୍ୱ ଦେଇଛି ପାର୍ଟି । ସର୍ବ ସହମତିରେ ସଭାପତି ଘୋଷଣା କରିବା ପାଇଁ ଦିଆଯାଇଛି ନିର୍ଦ୍ଧେଶ ।ଶ୍ରୀବତ୍ସ ବେହେରାଙ୍କୁ ବଲାଙ୍ଗିର ଜିଲ୍ଲା ସଭାପତି ଭାବେ ଦାୟିତ୍ବ ମିଳିଥିବା ବେଳେ ରାସବିହାରୀ ବେହେରାଙ୍କୁ ଢେଙ୍କାନାଳ ଜିଲ୍ଲା ସଭାପତି ଓ ସୁନ୍ଦରଗଡ଼ରୁ ଗିରିଷ ସାହୁ ବଛାଯାଇଛି ।ଶ୍ରୀବତ୍ସ ବେହେରାଙ୍କୁ ବଲାଙ୍ଗିର ଜିଲ୍ଲା ସଭାପତି ଭାବେ ଦାୟିତ୍ବ ମିଳିଥିବା ବେଳେ ରାସବିହାରୀ ବେହେରାଙ୍କୁ ଢେଙ୍କାନାଳ ଜିଲ୍ଲା ସଭାପତି ଭାବେ ବଛାଯାଇଛି ।ଦୁଇଟି ପର୍ଯ୍ୟାୟରେ ନାଁ ଘୋଷଣା ହୋଇପାରେ । ଆଜି ପ୍ରଥମ ଦିନରେ ୨୩ଟି ସାଂଗଠନିକ ଜିଲ୍ଲାର ଜିଲ୍ଲା ସଭାପତିଙ୍କ ନାମ ଘୋଷଣା ହୋଇଛି । ବାକି ୧୪ଟି ଜିଲ୍ଲା ସଭାପତିଙ୍କ ନାଁ ଦ୍ଵିତୀୟ ପର୍ଯ୍ୟାୟରେ ଘୋଷଣା କରାଯିବ ବୋଲି ସୂଚନା ରହିଛି ।ତେବେ ରାଜ୍ୟରେ ବିଜେପି ସରକାର ଗଢ଼ିବାର ୭ ରୁ ୮ମାସ ହୋଇଗଲାଣି। ହେଲେ ଏଥର ରାଜ୍ୟ ସଭାପତି କିଏ ହେବେ। ଦଳର ମଙ୍ଗ କିଏ ଧରିବେ ସେ ନେଇ ବିଭିନ୍ନ ଚର୍ଚ୍ଚା ଆଲୋଚନା ହେଉଛି। ଆଉ ବିଭିନ୍ନ ନାଁ ମଧ୍ୟ ସାମ୍ନାକୁ ଆସୁଛି।