ଚର୍ଚ୍ଚାରେ ପୂର୍ବତନ କ୍ରିକେଟର ବିରେନ୍ଦ୍ର ସେହୱାଗ:ଛାଡ଼ପତ୍ର ନେଇ ପ୍ରଶ୍ନ 

ପୁଣି କ୍ରିକେଟ୍‌ ଜଗତରୁ ଆସିଲା ନିରାଶର ଖବର । ଭାରତୀୟ କ୍ରିକେଟ୍‌ ଟିମ୍‌ର ପୂର୍ବତନ ପ୍ରସିଦ୍ଧ ଖେଳାଳି ବିରେନ୍ଦ୍ର ସେହୱାଗଙ୍କ ସହ ଜଡ଼ିତ ଏକ ବଡ଼ ଆଶ୍ଚର୍ଯ୍ୟକର ଖବର ସାମନାକୁ ଆସିଛି  । ସେହ୍ବାଗ-ଆରତୀ ପରସ୍ପରଠାରୁ ଏକ ବର୍ଷ ଧରି ଅଲଗା ରହୁଛନ୍ତି। ଏବେ ଦୁହେଁ ଦୁହିଁଙ୍କୁ ସୋସିଆଲ ମିଡିଆରେ ଅନ୍‌ଫଲୋ କରିଦେଇଛନ୍ତି।

ଦେଖିବାକୁ ଗଲେ ସେହ୍ବାଗ ନିଜର ପାରିବାରିକ ଜୀବନକୁ ଗଣମାଧ୍ୟମଠାରୁ ଦୂରରେ ରଖିଥାନ୍ତି। କେବଳ କୌଣସି ଉତ୍ସବ ହେଲେ ପରିବାର ସହ ସେ ଫଟୋ ଶେୟାର କରିଥାନ୍ତି। ଗତ ବର୍ଷ ଦୀପାବଳି ଅବସରରେ ସେ ମା’ ଏବଂ ବଡ଼ ପୁଅ ଆର୍ଯ୍ୟବୀରଙ୍କ ସହ ଫଟୋ ଶେୟାର କରିଥିଲେ। ସେଥିରେ ପତ୍ନୀ ଆରତୀ ଏବଂ ସାନ ପୁଅ ବେଦାନ୍ତ ନଜର ଆସି ନ ଥିଲା। ଏହାପରଠାରୁ ଉଭୟଙ୍କ ସମ୍ପର୍କରେ ତିକ୍ତତା ଆସିଥିବା କୁହାଯାଉଥିଲା। ଏବେ ଆରତୀ ସେହ୍ବାଗଙ୍କୁ ଅନଫଲୋ କରିବା ପରେ ଏଭଳି ଚର୍ଚ୍ଚା ବଢ଼ିଛି।  ବିରେନ୍ଦ୍ର ସେହ୍ବାଗ ପତ୍ନୀ ଆରତୀ ଅହଲାଓ୍ବଟ୍‌ଙ୍କୁ ଛାଡ଼ପତ୍ର ଦେଇ ପାରନ୍ତି |୨୦୦୪ରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ ସେହୱାଗ ଓ ଆରତୀ |୨୦୦୭ରେ ଆର୍ଯ୍ୟବୀର ସେହୱାଗ ଓ ୨୦୧୦ରେ ବେଦାନ୍ତ ଜନ୍ମ ହୋଇଥିଲେ |

Leave A Reply

Your email address will not be published.

five × one =