ଭୁବନେଶ୍ୱର(ରାଜ୍ୟକାହାଣୀ ) ସମସ୍ତ ଯୋଗ୍ୟ ହିତାଧିକାରୀଙ୍କୁ ମିଳିବ ଆବାସ ଘର । କୌଣସି ବି ହିତାଧିକାରୀ ଏଥିରୁ ବଞ୍ଚିତ ହେବେ ନାହିଁ । ଆବାସ ପ୍ଲସ ମୋବାଇଲ୍ ଆପ୍ ଜରିଆରେ ସର୍ଭେ କରାଯିବ । ପିପିଲିରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ସର୍ଭେ ଆରମ୍ଭ କରି ଏପରି କହିଲେ ମନ୍ତ୍ରୀ ରବିନାରାୟଣ ନାୟକ। ମନ୍ତ୍ରୀ କହିଛନ୍ତି, ଯୋଗ୍ୟତାର ମାନ କୋହଳ କରାଯାଇଛି । ରେଫ୍ରିଜରେଟର, ୨ ଚକିଆ ଯାନ, ଲ୍ୟାଣ୍ଡଲାଇନ ଥିଲେ ପ୍ରତିବନ୍ଧକ ନାହିଁ। ମାସିକ ୧୫ ହଜାରରୁ କମ ଆୟ ପରିବାର ସାମିଲ ହୋଇପାରିବେ। ନିଜ ମୋବାଇଲରେ ଆବାସ ପ୍ଲସ ଆପ୍ରେ ଜଣାଇବାକୁ ଅପିଲ କରିଛନ୍ତି ମନ୍ତ୍ରୀ।