ତଟ ସୁରକ୍ଷା ଉପରେ ଗୁରୁତ୍ୱଦେବ ଓଡ଼ିଶା ପୋଲିସ । ଅବସରପ୍ରାପ୍ତ କୋଷ୍ଟଗାର୍ଡ ଓ ନୌସେନା ଅଧିକାରୀଙ୍କୁ ମିଳିବ ନିଯୁକ୍ତି
ଭୁବନେଶ୍ୱର(ରାଜ୍ୟକାହାଣୀ ) ତଟ ସୁରକ୍ଷା ଉପରେ ଗୁରୁତ୍ୱଦେବ ଓଡ଼ିଶା ପୋଲିସ । ଏ ନେଇ ସୂଚନା ଦେଇଛନ୍ତି ପୋଲିସ ମହାନିର୍ଦ୍ଦେଶକ ୱାଇ.ବି ଖୁରାନିଆ । ତଟ ସୁରକ୍ଷା ପାଇଁ ଗଠନ ହେବ ସ୍ୱତନ୍ତ୍ର ବୋର୍ଡ ।ବୋର୍ଡରେ ଓଡ଼ିଶା ପୋଲିସ ଓ କୋଷ୍ଟଗାର୍ଡର ସ୍ୱତନ୍ତ୍ର ଅଧିକାରୀ ରହିବେ । ଏଥିସହ ଅବସରପ୍ରାପ୍ତ କୋଷ୍ଟଗାର୍ଡ଼ ଓ ନୌସେନା ଅଧିକାରୀଙ୍କୁ ଦିଆଯିବ ନିଯୁକ୍ତି ।ସେମାନେ ଅବସର ପରେ ମେରାଇନ୍ ପୋଲିସରେ ନିଯୁକ୍ତି ପାଇବେ ।ଏନେଇ ଆଜି ଭୁବନେଶ୍ୱର ସ୍ଥିତ ଡିଜିପି କ୍ୟାମ୍ପ କାର୍ଯ୍ୟାଳୟଠାରେ ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆଙ୍କ ସହ ପୂର୍ବ ସମୁଦ୍ର ତଟର କୋଷ୍ଟ ଗାର୍ଡ କମାଣ୍ଡର ଏଡିଜି ଡନି ମିଚେଲଙ୍କର ଏକ ବୈଠକ ଅନୁଷ୍ଟିତ ହୋଇଯାଇଛି । ବୈଠକରେ ଉପକୂଳ ସୁରକ୍ଷା ଏବଂ ପ୍ରାକୃତିକ ବିପର୍ଯୟ ସମୟରେ ନିଆ ଯାଉଥିବା ବିଭିନ୍ନ ପଦକ୍ଷେପ ସମ୍ପର୍କରେ ବିଶେଷ ଭାବେ ଆଲୋଚନା ହୋଇଛି । ଏହା ସହ ଆଗାମୀ ଦିନରେ ଉପକୂଳ ସୁରକ୍ଷା ନିମନ୍ତେ ଉଭୟ ବିଭାଗ ସମନ୍ୱୟ ରଖି କାର୍ଯ୍ୟ କରିବା ଉପରେ ଗୁରୁତ୍ବ ଦିଆଯଆଇଛି ।ଏହା ସହ ଉପକୂଳ ଅଞ୍ଚଳରେ ଜୋରଦାର ପାଟ୍ରୋଲିଂ, ଆକାଶ ମାର୍ଗରୁ ଗତିବିଧି ନିରୀକ୍ଷଣ ଏବଂ ଆଦେଶ ଅନୁଯାୟୀ ସମ୍ପୂର୍ଣ୍ଣ ଉପକୂଳକୁ ନିୟନ୍ତ୍ରଣ ବ୍ୟବସ୍ଥାକୁ ଅଧିକ ତ୍ୱରାନ୍ୱିତ କରାଯିବା ଭଳି ଯୋଜନା ସମ୍ପର୍କରେ ଆଲୋଚନା ହୋଇଥିଲା ।