ବାରବାଟୀରେ ଭାରତ-ଇଂଲଣ୍ଡ କ୍ରିକେଟ୍ ମ୍ୟାଚ୍, ପ୍ରଥମ ଟିକେଟ୍ କିଣିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ଭୁବନେଶ୍ୱର(ରାଜ୍ୟକାହା) ଫେବୃଆରୀ ୯ରେ କଟକ ବାରବାଟିରେ ଖେଳାଯିବ ଭାରତ-ଇଂଲଣ୍ଡ ଦିନିକିଆ କ୍ରିକେଟ୍‌ ମ୍ୟାଚ୍‌ । ଏଥିପାଇଁ ପ୍ରଥମ ଟିକେଟ୍‌ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ପ୍ରଦାନ କରିଛି ଓଡିଶା କ୍ରିକେଟ୍‌ ଆସୋସିଏସନ୍‌ । କଟକ ବାରବାଟିରେ ହେବାକୁ ଥିବା ଏହି ମ୍ୟାଚ୍‌ କିଭଳି ଶୃଙ୍ଖଳିତ ଭାବେ ସୁରୁଖୁରୁରେ ଶେଷ ହେବ । ସେନେଇ ମହାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି  ଓସିଏ ସଂପାଦକ ସଞ୍ଜୟ ବେହେରା ।ଏହାସହ ମୁଖ୍ୟମନ୍ତ୍ରୀ ମୋହନ ମାଝି ଏହି ମ୍ୟାଚର ପ୍ରଥମ ଟିକେଟ କିଣିଛନ୍ତି।ସୂଚନାଯୋଗ୍ୟ ଯେ, ଆସନ୍ତା ଫେବୃଆରୀ ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ-ଇଂଲଣ୍ଡ ମଧ୍ୟରେ ଖେଳାଯିବ ଦିନିକିଆ ମ୍ୟାଚ୍‌ । ଏଥିପାଇଁ ଓସିଏ ପକ୍ଷରୁ ପ୍ରସ୍ତୁତି ଜୋରଦାର ଚାଲିଛି । ପ୍ରଥମେ ଷ୍ଟାଡିୟମର ଭିତ୍ତିଭୂମି ସଜଡ଼ା ଯାଇଥିବା ବେଳେ ଏବେ ବିଭିନ୍ନ କାମକୁ ନେଇ ତର୍ଜମା କରାଯାଉଛି । ତେବେ ଏଥର ବଦଳିପାରେ ବାରବାଟୀ ଦିନିକିଆ ପାଇଁ ଗ୍ୟାଲେରି ଟିକଟ୍ କାଉଣ୍ଟର ସ୍ଥାନ। ପୂର୍ବ କାଉଣ୍ଟର ସ୍ଥାନ ବଦଳାଇ ଷ୍ଟାଡିୟମ୍ ନିକଟରେ ନୂତନ ସ୍ଥାନରେ ଟିକଟ କାଉଣ୍ଟର କରିବାକୁ କମିଶନରେଟ ପୋଲିସର ଯୋଜନା ରଖିଛି ।

Leave A Reply

Your email address will not be published.

20 + 8 =