ଓଡିଆରେ ଏମବିଏ ପଢିବେ ଛାତ୍ରଛାତ୍ରୀ

ଭୁବନେଶ୍ୱର(ରାଜ୍ୟକାହା) ଇନ୍ଦିରା ଗାନ୍ଧୀ ଜାତୀୟ ମୁକ୍ତ ବିଶ୍ୱବିଦ୍ୟାଳୟ (IGNOU) ଓଡ଼ିଆ MBA ପୁସ୍ତକ ପ୍ରସ୍ତୁତ କରିଥିବାରୁ ଓଡ଼ିଶାର ଛାତ୍ରଛାତ୍ରୀମାନେ ଏବେ ଓଡ଼ିଆ ଭାଷାରେ MBA (ମାଷ୍ଟର ଅଫ୍ ବିଜନେସ୍ ଆଡମିନିଷ୍ଟ୍ରେସନ୍) ଶିକ୍ଷା ପାଇବେ। ପ୍ରଥମ ଥର ପାଇଁ IGNOU ଓଡ଼ିଆ ଭାଷାରେ ପୁସ୍ତକ ପ୍ରସ୍ତୁତ କରିଛି।ପ୍ରଫେସର ନୟନତାରା ପାଢ଼ୀ କହିଛନ୍ତି ଯେ, ଓଡ଼ିଶାରେ ଜାତୀୟ ଶିକ୍ଷା ନୀତି ୨୦୨୦ କାର୍ଯ୍ୟକାରୀ ହେବା ଦୃଷ୍ଟିରୁ ସାର୍ବଜନୀନ ମୁକ୍ତ ଏବଂ ଦୂରଶିକ୍ଷା ବିଶ୍ୱବିଦ୍ୟାଳୟ ଓଡ଼ିଆ ଭାଷାରେ ଏମବିଏ ଶିକ୍ଷା ପ୍ରଦାନ କରିବାକୁ ନିଷ୍ପତ୍ତି ନେଇଛି ।

ଓଡ଼ିଆ ଭାଷାରେ ଏମବିଏ ପୁସ୍ତକ ପ୍ରକାଶନ ପାଇଁ ଇନ୍ଦିରା ଗାନ୍ଧୀ ଜାତୀୟ ମୁକ୍ତ ବିଶ୍ୱବିଦ୍ୟାଳୟର ପ୍ରୟାସକୁ ପ୍ରଶଂସା କରିଛନ୍ତି ଥିଲେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଭୁବନେଶ୍ୱରର ଜୟଦେବ ଭବନରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ସେ ଦୃଢ଼ୋକ୍ତି କରିଥିଲେ ଯେ ଏହା ଓଡ଼ିଶାର ଏମବିଏ ଛାତ୍ରଛାତ୍ରୀମାନଙ୍କୁ ଅତ୍ୟନ୍ତ ସାହାଯ୍ୟ କରିବ ।ଉଲ୍ଲେଖନୀୟ, ଓଡ଼ିଶା ରାଜ୍ୟ ସରକାର ମଧ୍ୟ ଓଡ଼ିଆରେ MBBS ଶିକ୍ଷା ପ୍ରଦାନ କରିବା ବିଷୟରେ ଚିନ୍ତା କରୁଛନ୍ତି ଏବଂ ଲକ୍ଷ୍ୟ ହାସଲ କରିବା ପାଇଁ ଏହା 22 ଜଣ ଡାକ୍ତରଙ୍କୁ ନେଇ ଏକ କମିଟି ଗଠନ କରି କାର୍ଯ୍ୟ ଆରମ୍ଭ କରିଛି ଯେଉଁମାନେ MBBS ପୁସ୍ତକଗୁଡ଼ିକୁ ଓଡ଼ିଆ ଭାଷାରେ ଅନୁବାଦ କରିବା ପାଇଁ କାମ କରିବେ।

Leave A Reply

Your email address will not be published.

2 × 3 =