ଆଜିଠାରୁ ୬ ଗ୍ରହ ଏକ ସରଳ ରେଖାରେ ରହିବେ 

 ଆସନ୍ତା ଜାନୁଆରୀ ୨୧ରୁ ୩୧ ପର୍ଯ୍ୟନ୍ତ ଦେଖିବାକୁ ମିଳିବ ମହାଜାଗତିକ ଦୃଶ୍ୟ। ସୌର ଜଗତରେ ମଙ୍ଗଳ, ଶୁକ୍ର, ବୃହସ୍ପତି, ଶନି, ନେପଚୁନ୍ ଓ ୟୁରେନସ୍ ସମେତ ୬ଟି ଗ୍ରହଙ୍କୁ ନେଇ ବିରଳ ମହାଜାଗତିକ ଦେଖାଯିବ। ଏକ ସରଳ ରେଖାରେ ଦୃଶ୍ୟମାନ ହେବେ।  ମଙ୍ଗଳ, ଶୁକ୍ର, ବୃହସ୍ପତି ଓ ଶନିକୁ ଲୋକେ ଖାଲିଆଖିରେ ଦେଖିପାରିବେ। ସେହିପରି ଦୂରବୀକ୍ଷଣ ଏବଂ ଟେଲିସ୍କୋପ ମାଧ୍ୟମରେ ନେପଚୁନ ଓ ୟୁରେନସ ଦୃଶ୍ୟମାନ ହେବେ। ସାଧାରଣ ଲୋକେ ଯେପରି ଏହି ବିରଳ ଦୃଶ୍ୟକୁ ଦେଖିପାରିବେ ସେଥିପାଇଁ ଭୁବନେଶ୍ୱରସ୍ଥିତ ପଠାଣି ସାମନ୍ତ ପ୍ଲାନେଟାରିୟମରେ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି।  ସବୁଦିନ ସନ୍ଧ୍ୟା ସାଢ଼େ ୫ଟାରୁ ସାଢ଼େ ୭ଟା ପର୍ଯ୍ୟନ୍ତ ଏଭଳି ବିରଳ ଦୃଶ୍ୟ ଦେଖିପାରିବେ 

Leave A Reply

Your email address will not be published.

eighteen − 13 =