ରାସନ କାର୍ଡ ହିତାଧିକାରୀ ଇ – କେୱାଇସି ଅପଡେଟ ପାଇଁ  ଚଢିଲେ ପାହାଡ଼ l 

 କେନ୍ଦ୍ର ଓ ରାଜ୍ୟ ସରକାର ବିଭିନ୍ନ ଯୋଜନା ଉପରେ ଯୋଜନା କରୁଛନ୍ତି ସତ ହେଲେ ଆଜକୁ ପ୍ରାୟ ଦେଶ ସ୍ୱାଧୀନ ହୋଇ ୭୮ବର୍ଷ ପରେ ବି ନେଟୱାର୍କ ସମସ୍ୟାର ସୁଧୁରି ପାରୁ ନାହିଁ l ଯେଉଁ ଯୋଜନା କୁ ସାଧାରଣ ଲୋକ ଅନଲାଇନ ମାଧ୍ୟମରେ କରିବାକୁ ପଡେ ତାହା ନେଟୱାର୍କ ନ ଥିବା ଯୋଗୁଁ କିଛି ସରକାରଙ୍କ ଯୋଜନାରେ ଭାଗିଦାର ହୋଇ ପାରୁନାହାନ୍ତି କିମ୍ବା ନେଟୱାର୍କ ନଥିବାରୁ ନାହିଁ ନ ଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି l ଗାଁ ଗାଁ କୁ ବିଏସଏନଏଲ ନେଟୱାର୍କ ଏବଂ କିଛି ଅଞ୍ଚଳରେ ଜିଓ ଟାୱାର ର ନାମକୁ ମାତ୍ର ଖମ୍ବ କରାଯାଇ ଅନେକ ଇଲେକଟ୍ରନିକ ଯନ୍ତ୍ର ପାତି ଖୋଞ୍ଜ ହୋଇ ସାରିଛି l ତଥାପି ବି ବର୍ତ୍ତମାନ୍ ଅନେକ ଗାଁରେ ନୂତନ ନେଟୱାର୍କ ଚାଲୁ କରାଯାଇ ନାହିଁ l ଏଥିପାଇଁ ପ୍ରଶାସନ ଓ ରାଜନେତା ଙ୍କୁ ଗୁହାରି କରିବା ସହ ଟେଲିକମ ବିଭାଗକୁ ଯୋଗାଯୋଗ କଲେ ହେବ, ହେବ କହି ବର୍ଷେ ରୁ ଉର୍ଦ୍ଧ ହେବ ନେଟୱାର୍କ ଚାଲୁ କରିନାହାନ୍ତି l ତେଣୁ ସାଧାରଣ ଜନତା ଅନେକ ପ୍ରକାର ଯୋଜନାର   ଇ – କେୱାଇସି ଅପଡେଟ କରିବା ପାଇଁ ହରିୟାଣ ହର୍କତ ହେଉଥିବା ବେଳେ ରାସନ୍ କାର୍ଡ ହିତାଧିକାରୀ ରାସନ୍ ଯୋଗାଣ ସହାୟକଙ୍କ ପାଖକୁ ଯିବା ବଦଳରେ ପାହାଡ଼ ଚଡିବାକୁ ପଡିଥାଏ l ପାହାଡ଼ ରେ ପୁଣି ନେଟ ଭଲ ଭାବେ ଚାଲୁ ନ ଥିବା ଯୋଗୁଁ ଲୋକେ ପାହାଡ଼ କୁ ଯାଇ ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରିବାକୁ ପଡେ l ଯେଉଁ ଦିନ ଯାଇ ତାଙ୍କ କାମ ନହେଲେ ପୁଣି ବାରମ୍ବାର ଯାଇ ଲୋକେ ହୋଇରାଣ ହେଉଛନ୍ତି l ଏମିତିକି କୁନି କୁନି ଛୁଆ ଠାରୁ ଆରମ୍ଭ କରି ବୃଦ୍ଧ ବୃଦ୍ଧା ପର୍ଯ୍ୟନ୍ତ ଏହି  ଦୁର୍ଦ୍ଦଶା ଭୋଗକରୁଛନ୍ତି l ଆଜିକାର ଦୁନିଆ 5ଜୀ 6ଜି ଆଡ଼କୁ ଗତି କରୁଥିବା ବେଳେ ଏବେ ମଧ୍ୟ ଅନେକ ଅଞ୍ଚଳରେ ଅପହଞ୍ଚ ଇଣ୍ଟରନେଟ୍ ସେବା l ଏଭଳି ବିଚିତ୍ର ଚିତ୍ର ଦେଖିବାକୁ ମିଳିଛି ଥୁଆମୂଳ ରାମପୁର ବ୍ଲକର ଆଦର୍ଶ ଗ୍ରାମପଞ୍ଚାୟତ ସିନ୍ଧିପଦର ଠାରୁ ଆରମ୍ଭ କରି କେରପାଇ , ସିଲେଟ, ନାକରୁଣ୍ଡି, ତଳ ନାଗି, ବିରିକୋଟ, ବଡ଼ଛାତ୍ରଙ୍ଗ ଅଭଳି ଅନେକ ଦୁର୍ଗମ ପଞ୍ଚାୟତରେ ଟାୱାର ସମସ୍ୟା ଲାଗି ରହିଛି l ଏହାକୁ କେବେ ସମାଧାନ କରିବେ ପ୍ରଶାସନ ?  ଆଜିର ଦିନରେ ନେଟୱାର୍କ ଅତି ଜରୁରୀ ହେଲାଣି କହିଲେ ନ ସରେ କିନ୍ତୁ ଏଥିରେ ବିରିକୋଟ, ଗଦ୍ରାମସ୍କା, ଶୁକସାନ, ବଲାଙ୍ଗୀ, ତେନ୍ତୁଳିପଡା, ସେମେଲୀ ପଦର, ବୁଡ଼େଶ, ତୁମନିଖୋଲ ଭଳି ଅନେକ ଗାଁ ରହିଛି l  ନେଟୱାର୍କ ସମସ୍ୟା କୁ ନେଇ ବାରମ୍ବାର ଗଣ ଗଣମାଧ୍ୟମରେ ଖବର ପ୍ରସାର ହେଲେ ବି କାର୍ଯ୍ୟ ଶୂନ ହେଉଛି l ଟେଲିକମ ବିଭାଗ ଜାଣିଶୁଣି ନିରବ ଦ୍ରଷ୍ଟା ସାଜିବା କାରଣ କଣ ? ତୁରନ୍ତ ଯେତେ ବିଏସଏନଏଲ ନେଟୱାର୍କ ଅଛି ତାକୁ ଚାଲୁ କରିବା ପାଇଁ ସାଧାରଣରେ ଦାବି ହେଉଛି ।

Leave A Reply

Your email address will not be published.

nineteen − 18 =