ଏପ୍ରିଲରୁ ୬୩ ହଜାର ସ୍କୁଲରେ ଆରମ୍ଭ ହେବ ଶିଶୁ ବାଟିକା

ଭୁବନେଶ୍ୱର(ରାଜ୍ୟକାହାଣୀ)  ୩ ଦିନିଆ ଜାତୀୟ କର୍ମଶାଳାରେ ଆଜି ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ, ରାଜ୍ୟରେ ଲାଗୁ ହେବ ନୂଆ ଶିକ୍ଷା ନୀତି ( ନ୍ୟାସ୍‌ନାଲ ଏଗୁକେସନ ପଲିସି ବା ଏନ୍‌ଇପି ) ।  ଏନେଇ ରାଜ୍ୟ ସରକାର ବିଜ୍ଞପ୍ତି ଜାରି କରିଥିବା ବେଳେ ରାଜ୍ୟର ସମସ୍ତ ସରକାରୀ ସ୍କୁଲରେ ଶିଶୁ ବଟିକା ଚଳିତ ଶିକ୍ଷା ବର୍ଷରୁ ଆରମ୍ଭ ହେବ ନେଇ ବିଜ୍ଞପ୍ତି ଜାରି ହୋଇଛି।ପ୍ରଥମ ପର୍ଯ୍ୟାୟରେ ଶିଶୁ ବାଟିକା ୩ କୁ ଆରମ୍ଭ କରିବ ଓଡ଼ିଶା। ସେ କହିଛନ୍ତି ଯେ, ପ୍ରଥମ ପର୍ଯ୍ୟାୟରେ ଶିଶୁ ବାଟିକା ୩ କୁ ଆରମ୍ଭ କରିବ ଓଡ଼ିଶା। ଓଡ଼ିଶାର ୬୩ ହଜାର ସ୍କୁଲ୍ ରେ ଶିଶୁ ବାଟିକା ୩ ଅନୁଯାୟୀ ୫ ବର୍ଷର ପିଲାଙ୍କୁ ନେଇ ଏପ୍ରିଲ ମାସରେ ଆରମ୍ଭ ହେବ ଶିଶୁ ବାଟିକା । ଓଡ଼ିଶା ସରକାର ଓ ଭାରତ ସରକାରଙ୍କ ମିଳିତ ଆୟୋଜନ ରେ ଜାତୀୟ ଶିକ୍ଷାନୀତି ୨୦୨୦ ର ୩ ଦିନିଆ ଜାତୀୟ କର୍ମଶାଳା ର ଆରମ୍ଭ ହେଉଛି।ସେହିପରି ରାଜ୍ୟରେ ଡ୍ରପ୍‌ ଆଉଟ୍‌ ସଂଖ୍ୟା ଅଧିକ ରହିଛି । ଏହାକୁ ରୋକିବାକୁ ମାଧୋ ସିଂହ ହାତ ଖର୍ଚ୍ଚ ଯୋଜନାର ଆରମ୍ଭ ହୋଇଛି । ଯାହା ଦ୍ୱାରା ଡ୍ରପ ଆଉଟ୍‌ ହାର କମିବ । ଏପ୍ରିଲ ମାସରେ ପିଲାଙ୍କୁ ଜାତୀୟ ଶିକ୍ଷା ନୀତିର ଖଡ଼ି ଛୁଆଁଯିବ। ପୁଣି ମେ ଓ ଜୁନ ମାସରେ ଓଡ଼ିଶାର ଗାଁକୁ ସମସ୍ତେ ଯିବେ। ୫୦,୦୦୦ ଗାଁକୁ ଯାଇ ସମସ୍ତ ମନ୍ତ୍ରୀ, ବିଧାୟକ, ମୁଖ୍ୟମନ୍ତ୍ରୀ ମିଶିକି ଯାଇ ଡ୍ରପ ଆଉଟ ପିଲାଙ୍କୁ ଖୋଜି ପାଠ ପଢ଼ାଇବା ପାଇଁ ଆହ୍ୱାନ କରିବା।

Leave A Reply

Your email address will not be published.

five × 2 =