ସବଧାନ! ଆଉ ଚଳିବନି ମୋଡିଫାଏଡ ସାଇଲେନ୍ସର

ଭୁବନେଶ୍ୱର(ରାଜ୍ୟକାହାଣୀ)  ଅମାନିଆ ଗାଡି ଚାଳକ ସବଧାନ! ଏଣିକି ଆଉ ଚଳିବନି ମୋଡିଫାଏଡ ସାଇଲେନ୍ସର।ବେଶୀ ବିଶୃଙ୍ଖଳା କଲେ ଗିରଫ କରିବାକୁ ଚେତାବନୀ ଦେଇଛନ୍ତି ଡିସିପି । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ରୋଡ଼ ସେଫଟି ପାଇଁ ଏନଫୋର୍ସମେଣ୍ଟ କମିଶନରେଟ ପୋଲିସ ଆରମ୍ଭ କରିଛି । ବିକଟାଳ ଶବ୍ଦ କରି ଗାଡି ଚଲାଉଥିବା ରୋଡ ରୋମିଓଙ୍କୁ ବିଶୃଙ୍ଖଳା ବନ୍ଦ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଥିଲା । ଯାନବାହନ ବିରୋଧରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ନିର୍ଦ୍ଦେଶରେ, ଡିଜିପି ଯୋଗେଶ ବାହାଦୁର ଖୁରାନିଆ ଓ ଭୁବନେଶ୍ୱର-କଟକ ପୋଲିସ କମିଶନର ଏସ୍ ଦେବଦତ୍ତ ସିଂଙ୍କ ମାର୍ଗଦର୍ଶନରେ ଭୁବନେଶ୍ୱର ଡିସିପି ପିନାକ ମିଶ୍ରଙ୍କ ନେତୃତ୍ବରେ ଏକ ସ୍ପେଶାଲ ଡ୍ରାଇଭ୍ ଆରମ୍ଭ କରାଯାଇଛି। ତେବେ  ଡ୍ରିଙ୍କ୍ ଆଣ୍ଡ୍ ଡ୍ରାଇଭ୍ ରୋକିବା ପାଇଁ 10 ଟି ଜାଗାରେ ଗତକାଲି ରାତିରେ ବ୍ଲକିଂ କରାଯାଇଥିଲା । ବହୁ ଗାଡି ଜବତ କରି ଚାଲାଣ କରାଯାଇଛି । ଆଗକୁ ଆହୁରି ଜୋରଦାର ହେବ ଟ୍ରାଫିକ ଚେକିଂ ହେବ ବୋଲି କହିଛନ୍ତି ଭୁବନେଶ୍ୱର ଡିସିପି ପିନାକ ମିଶ୍ର ।ଏହାସହ ଟ୍ରାଫିକ ନିୟମ ଉଲଂଘନ କରି ବିଶୃଙ୍ଖଳା କରୁଥିବା ଦେଖିଲେ ପୋଲିସକୁ 112 ନମ୍ବର ରେ କଲ କରି ଜଣାନ୍ତୁ ବୋଲି ଅନୁରୋଧ କରିଛନ୍ତି ଡିସିପି ।ବିକଟାଳ ଶବ୍ଦ ଅବୈଧ ଓ ଶବ୍ଦସୀମା ୮୦ ଡେସିବେଲରୁ ଅଧିକ ହେଲେ, ଏହାର ଉଲ୍ଲଂଘନକୁ କଡାକଡି କରାଯିବ । ଧରାଯାଇଥିବା ଗାଡିମାନଙ୍କ ସାଇଲେନ୍ସର ବାହାର କରାଯିବା ସହ ଜୋରିମାନା ଆଦାୟ କରାଯାଇଛି। ଏବେଠାରୁ ଫାଇନ ନୁହେଁ, ସିଧା କୋର୍ଟରୁ ଆଣିବାକୁ ପଡ଼ିବ ବେଲ। ଏହାସହ ବେଆଇନ ମୋଡିଫାଏଡ ସୋ ରୁମ ଓ ଦୋକାନ ଉପରେ ମଧ୍ୟ ଖୁବଶୀଘ୍ର ଚଢ଼ାଉ ହେବ ବୋଲି ସୂଚନା ଦେଇଛି କମିଶନରେଟ ପୁଲିସ। ସଡକ ଦୁର୍ଘଟଣା ରୋକିବା ପାଇଁ ଏଭଳି ପ୍ରୟାସ ଚାଲିଥିବା କହିଛନ୍ତି ଭୁବନେଶ୍ୱର ଡିସିପି ପିନାକ ମିଶ୍ର।

Leave A Reply

Your email address will not be published.

six − five =