ସୋମବାର (ଜାନୁଆରୀ ୨୦)ରେ ଡୋନାଲ୍ଡ ଟ୍ରମ୍ପ ଆମେରିକାର ୪୭ତମ ରାଷ୍ଟ୍ରପତି ଭାବରେ ଶପଥ ଗ୍ରହଣ କରିଛନ୍ତି। ଶପଥ ଗ୍ରହଣ କରିବା ପରେ ଟ୍ରମ୍ପ କହିଥିଲେ ଯେ ଆମେରିକାର ସୁବର୍ଣ୍ଣ ଯୁଗ ଆରମ୍ଭ ହୋଇଛି। ଶପଥ ଗ୍ରହଣ କରିବାର କିଛି ସମୟ ପରେ, ରାଷ୍ଟ୍ରପତି ଟ୍ରମ୍ପ ଅନେକ ନିର୍ଦ୍ଦେଶରେ ସ୍ବାକ୍ଷର କରିଥିଲେ। କହିଲେ ପାନାମା କେନାଲ ଉପରେ ପୁଣି କବ୍ଜା କରିବ ଆମେରିକା । ପାନାମା କେନାଲରୁ ଚୀନ କବଜା ହଟାଯିବ । ଗଲ୍ଫ ଅଫ୍ ଆମେରିକାର ନାମ ବଦଳାଇବୁ । ମଙ୍ଗଳ ଗ୍ରହକୁ ମହାକାଶଯାତ୍ରୀ ପଠାଯିବ । ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ (WHO)ରୁ ଆମେରିକାକୁ ଓହରିଯିବା ପ୍ରକ୍ରିୟା ଆରମ୍ଭ କରିବା ପାଇଁ ଟ୍ରମ୍ପ ଏକ କାର୍ଯ୍ୟକାରୀ ନିର୍ଦ୍ଦେଶରେ ସ୍ବାକ୍ଷର କରିଛନ୍ତି।ଡ୍ରଗ୍ସ ଚୋରାଚାଲାଣକାରୀଙ୍କୁ ଆତଙ୍କବାଦୀ ଘୋଷଣା କରାଯିବ।। ମେକ୍ସିକୋ ଏବଂ କାନାଡା ଉପରେ ୨୫ ପ୍ରତିଶତ ଶୁଳ୍କ ଲାଗୁ କରାଯିବ। ଆଶା କରାଯାଉଛି ଯେ ଏହି ନିୟମ ଆସନ୍ତା ମାସ (ଫେବୃଆରୀ)ରୁ କାର୍ଯ୍ୟକାରୀ ହୋଇପାରେ।ଟ୍ରମ୍ପ୍ କହିଛନ୍ତି, ‘ମୁଁ ଚାହୁଁଛି ସାରା ବିଶ୍ୱ ମୋତେ ଶାନ୍ତି ଦୂତ ଭାବରେ ମନେ ରଖୁ । ଅନ୍ୟ ଦେଶ ଉପରେ ଟ୍ୟାକ୍ସ ଓ ଟାରିଫ ବୃଦ୍ଧି କରଯିବ । ମେକ୍ସିକୋ ସୀମାରେ ପ୍ରାଚୀର ତିଆରି କରିବୁ । ଦର ନିୟନ୍ତ୍ରଣ କରିବା ଟ୍ରମ୍ପ୍ଙ୍କ ପ୍ରାଥମିକତା ରହିବ ବୋଲି କହିଛନ୍ତି ଟ୍ରମ୍ପ୍ ।ତୃତୀୟ ଲିଙ୍ଗକୁ ଉଚ୍ଛେଦ କରିବା ପାଇଁ ଘୋଷଣା। ତେବେ ସମାରୋହରେ ପୂର୍ବତନ ରାଷ୍ଟ୍ରପତି ବିଲ୍ କ୍ଲିଣ୍ଟନ୍, ଜର୍ଜ ବୁଶ, ବାରାକ୍ ଓବାମାଙ୍କଠାରୁ ଆରମ୍ଭ କରି ବିଦାୟୀ ରାଷ୍ଟ୍ରପତି ଜୋ ବାଇଡେନ୍ ସାମିଲ ହୋଇଥିଲେ। ଭାରତର ପ୍ରତିନିଧିତ୍ୱ କରିଥିଲେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍ ଜୟଶଙ୍କର । ରିଲାଏନ୍ସ ଅଧ୍ୟକ୍ଷ ମୁକେଶ ଅମ୍ବାନି ଏବଂ ତାଙ୍କ ପତ୍ନୀ ନୀତା ଅମ୍ବାନି ମଧ୍ୟ ଏହି ଉତ୍ସବରେ ସାମିଲ ହୋଇଥିଲେ ।