ଏହି ଭାରତୀୟ ପାଇଁ ଶପଥ ପୂର୍ବରୁ  ଟ୍ରମ୍ପଙ୍କୁ ଲାଗିପାରେ ବଡ ଝଟ୍‌କା! 

ଆଜିଠାରୁ ଟ୍ରମ୍ପଙ୍କ ଦ୍ୱିତୀୟ ଇନିଂସ ।  ଆମେରିକାର ୪୭ତମ ରାଷ୍ଟ୍ରପତି ଭାବେ ଶପଥ ନେବେ ଡୋନାଲ୍ଡ ଟ୍ରମ୍ପ ।  ଆମେରିକା ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ଉପରାଷ୍ଟ୍ରପତି ଜେଡି ଭାନ୍ସଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇବେ ।  ଚୂଡାନ୍ତ ପର୍ଯ୍ୟାୟରେ ପ୍ରସ୍ତୁତି ।ତେବେ ଟ୍ରମ୍ପଙ୍କ ଶପଥ ଗ୍ରହଣ ଉତ୍ସବ ସମାରୋହରେ ଯୋଗ ଦେବାକୁ ଆମେରିକା ଯାଇଛନ୍ତି ମୁକେଶ ଆଉ ନୀତା ଅମ୍ବାନୀ । ଯେଉଁଥିରେ ତାଙ୍କୁ ଏକ ରାତ୍ରି ଭୋଜନରେ ସାମିଲ ହେବାକୁ ପ୍ରଥମେ ନିମନ୍ତ୍ରଣ କରାଯାଇଥିଲା । ମିଳିଥିବା ସୂଚନା ମୁତାବକ, ଏକ କ୍ୟାଣ୍ଡେଲ ଲାଇଟ୍ ଡିନରରେ ଭାରତର ଏହି ଧନୀ ଦମ୍ପତ୍ତି ସାମିଲ ହେଇଥିଲେ । ଯେଉଁଠି ସେ ଟ୍ରମ୍ପଙ୍କ ସହିତ ଏହି ଫଟୋ ଉଠାଇଛନ୍ତି ।ଟ୍ରମ୍ପ ଶପଥ ନେବା ପରେ, ତାଙ୍କ ନୂଆ ପ୍ରଶାସନ ସହିତ ଜଡିତ ଲୋକମାନେ ମଧ୍ୟ ସେମାନଙ୍କର ଦାୟିତ୍ୱ ଗ୍ରହଣ କରିବାକୁ ଯାଉଛନ୍ତି। କୁହାଯାଉଛି ଯେ, ଶପଥ ପୂର୍ବରୁ ଟ୍ରମ୍ପଙ୍କୁ ଏକ ବଡ଼ ଝଟ୍‌କା ଲାଗିପାରେ। ଆଉ ଏହି ବଡ଼ ଝଟ୍‌କା ଦେବେ ଜଣେ ଭାରତୀୟ। ଡୋନାଲ୍ଡ ଟ୍ରମ୍ପଙ୍କ ଦଳରେ ସାମିଲ ହୋଇଥିବା ବିବେକ ରାମସ୍ବାମୀ ତାଙ୍କୁ ଏକ ଝଟକା ଦେଇପାରନ୍ତି।

ଅନ୍ତର୍ଜାତୀୟ ଗଣମାଧ୍ୟମ ଅନୁଯାୟୀ, ବିବେକ ରାମସ୍ବାମୀ, ଯାହାଙ୍କୁ ଡୋନାଲ୍ଡ ଟ୍ରମ୍ପ, ଏଲନ ମସ୍କଙ୍କ ସହ ସରକାରୀ ଦକ୍ଷତା ବିଭାଗ (DOGE)ର ସହ-ନେତୃତ୍ୱ ନେବା ପାଇଁ ବାଛିଥିଲେ। ସେ ଖୁବଶୀଘ୍ର ଟାସ୍କ ଫୋର୍ସ ଛାଡିବାକୁ ଯାଉଛନ୍ତି। ରାମସ୍ବାମୀ ଜାନୁଆରୀ ଶେଷ ସୁଦ୍ଧା ଓହାଇଓର ରାଜ୍ୟପାଳ ପାଇଁ ତାଙ୍କର ପ୍ରଚାର ଘୋଷଣା କରିବାକୁ ଯୋଜନା କରୁଛନ୍ତି। ତଥାପି, ସେ ଏନେଇ କୌଣସି ମନ୍ତବ୍ୟ ଦେଇନାହାଁନ୍ତି। 

Leave A Reply

Your email address will not be published.

14 + 15 =