୪ ଦିନ କଲବଲ କରିବ ଘନ କୁହୁଡି

କୋରାପୁଟ ଜିଲ୍ଲା ଲମତାପୁଟ ବ୍ଲକରେ ହାଡ଼ ଭଙ୍ଗା ଶୀତର ଲହରି ସହ ତୁଷାରପାତ ହୋଇଛି ।  ୫ ଡଗ୍ରୀ ତଳକୁ ଖସିଛି ପାରଦ  ।  ବ୍ଲକର ବିଭିନ୍ନ ଜାଗାରେ ତୁଷାର ପାତ ହୋଇଛି ।  ହାଡ ଭଙ୍ଗା ଶୀତରେ ଜନଜୀବନ ଅସ୍ତ ବ୍ୟସ୍ତ ହୋଇପଡିଛି ସକାଳର ଦୈନନ୍ଦିନ କାର୍ଯ୍ୟରେ ଅସୁବିଧା ସୃଷ୍ଟି ହେଉଛି  । ଆସନ୍ତା ୪ ଦିନ ପର୍ଯ୍ୟନ୍ତ ସମାନ ସ୍ଥିତି ରହିବ। ୪ ଦିନ କଲବଲ କରିବ ଘନ କୁହୁଡି। ୫୦ ମିଟର ତଳକୁ ଖସିଆସିବ ଦୃଶ୍ୟମାନ କ୍ଷମତା। ସୃଷ୍ଟି ହୋଇପାରେ ଜିରୋ ଭିଜିବିଲିଟି ପରିସ୍ଥିତି। ଘାଟି ଅଞ୍ଚଳରେ ଧିମା ଗତିରେ ଗାଡି ଚଳାଇବାକୁ ପରାମର୍ଶ ଦିଆଯାଇଛି। ଆଉ ୨ ଦିନ ପର୍ଯ୍ୟନ୍ତ ଘନ କୁହୁଡି ନେଇ ୭ ଜିଲ୍ଲାକୁ ସତର୍କତା ଜାରି କରାଯାଇଛି।ଆସନ୍ତା ଦୁଇ ଦିନ ରାଜ୍ୟରେ କୁହୁଡ଼ି ଦୃଶ୍ୟମାନ ହୋଇପାରେ । ସୋମବାର ଖୋର୍ଦ୍ଧା, ପୁରୀ, ଜଗତ୍‌ସିଂହପୁର, କେନ୍ଦ୍ରାପଡ଼ା, ନୟାଗଡ଼, କଳାହାଣ୍ଡି,  କନ୍ଧମାଳ, ସୁନ୍ଦରଗଡ଼, କୋରାପୁଟ  ଓ କଟକରେ ସ୍ୱଳ୍ପରୁ ମଧ୍ୟମ ଧରଣର କୁହୁଡ଼ି ଦେଖାଯିବ ।

ମଙ୍ଗଳବାର  ଗଞ୍ଜାମ, ଗଜପତି, ପୁରୀ, ଖୋର୍ଦ୍ଧା,  କଟକ, ଜଗତ୍‌ସିଂହପୁର, କେନ୍ଦ୍ରାପଡ଼ା, ନୟାଗଡ଼, କଳାହାଣ୍ଡି, କନ୍ଧମାଳ ଓ ସୁନ୍ଦରଗଡ଼ରେ ସ୍ୱଳ୍ପରୁ ମଧ୍ୟମ ଧରଣର କୁହୁଡ଼ି ଦୃଶ୍ୟମାନ ହୋଇପାରେ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।

Leave A Reply

Your email address will not be published.

fifteen − 8 =