ଭୁବନେଶ୍ୱର(ରାଜ୍ୟକାହାଣୀ) ଦେବଗଡ଼ ଜିଲା ବାରକୋଟ ଥାନା ସରୁଆଳି ଗାଁରେ ରବିବାର ଏକ ଅଘଟଣ ଘଟିଛି। ସାର ଖାଇ ୫ଜଣ ଛାତ୍ର ଅସୁସ୍ଥ ହୋଇପଡିଥିବା ଜଣାପଡିଛି। ସମସ୍ତଙ୍କୁ ପାଲଲହଡ଼ା ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ସୂଚନାମୁତାବକ ସାରୁଆଳି ଗାଁର ଜଣଙ୍କ ବଗିଚାରେ ନାବାଳକମାନେ ଖେଳୁଥିବା ବେଳେ କାନ୍ଧିଆ ଖାଇଥିଲେ ।କାନ୍ଧିଆରେ ଲୁଣ ଲଗାଇଖାଇବାକୁ ଯାଉ ପଟାସ ସାରକୁ ଖାଇଦେଇଥିଲେ। କିଛି ସମୟ ପରେ ଖେଳୁଥିବା ବେଳେ ନାବାଳକ ମାନେ ପ୍ରବଳ ବାନ୍ତି କରିଥିଲେ । ସେମାନଙ୍କ ସ୍ୱାସ୍ଥ୍ୟାବସ୍ତା ଗୁରୁତର ହୋଇପଡ଼ିଥିଲା। ପରବର୍ତ୍ତୀ ସମୟରେ ପରିବାର ଲୋକେ ସେମାନଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭତ୍ତି କରିଥିଲେ। ସେଠାରେ ସେମାନଙ୍କ ଚିକିତ୍ସା ଚାଳିଥିବା ଜଣାପଡିଛି।