ସୋମବାରଠୁ ଚିଲିକାରେ ଡଲଫିନ୍ ଗଣନା

ଭୁବନେଶ୍ୱର(ରାଜ୍ୟକାହାଣୀ) ଡଲଫିନ୍ ଗଣନା ନେଇ ଶେଷ ହୋଇଛି ଟ୍ରେନିଂ କାର୍ଯ୍ୟକ୍ରମ । ବାଲୁଗାଁ-ବଡ଼କୂଳ ସ୍ଥିତ CDA ର ରିସର୍ଚ୍ଚ ସେଣ୍ଟର ପରିସରରେ ଏବଂ ସାତପଡ଼ା ରେଞ୍ଜ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଛି ଏହି ପ୍ରଶିକ୍ଷଣ ଶିବିର । ସୋମବାର ସକାଳ ୬ଟା ସମୟରେ ସମଗ୍ର ଚିଲିକା ଏରିଆରେ ଦେଖା ଦେଉଥିବା ଇରାୱ।ଡି ଡଲଫିନ୍ ଏବଂ ଚିଲିକା-ସମୁଦ୍ର ମୁହାଣରେ ଦେଖା ଦେଉଥିବା ବଟଲ୍-ନୋଚ୍ ଡଲଫିନର ଗଣନା କରାଯିବ । 

ଆଜି  ଅର୍ଥାତ ୨୦, ୨୧, ୨୨ ଅର୍ଥାତ ୩ ଦିନ ଧରି   ଡଲଫିନ୍ ଗଣନା ହେବ।ବିଶେଷଜ୍ଞ, ଗବେଷକ, ରିସର୍ଚ୍ଚ ପର୍ସନ ଓ ଟୁରିଷ୍ଟ ଗାଇଡ୍, ବନ୍ୟପ୍ରାଣୀ ବିଭାଗର କର୍ମଚାରୀ ଏହି ଗଣନା କାର୍ଯ୍ୟରେ ସାମିଲ ହେଉଛନ୍ତି । ପାଗ ଅନୁକୂଳ ରହିଲେ ଡଲଫିନ୍ ଗଣନା କାର୍ଯ୍ୟ ସୁରୁଖୁରୁରେ ହୋଇପାରିବ ।

Leave A Reply

Your email address will not be published.

3 × 3 =