ଏସ୍‌ସିବିରେ ଡାକ୍ତରଙ୍କୁ ଆକ୍ରମଣ ଅଭିଯୋଗ । 

କଟକ (ରାଜ୍ୟକାହାଣୀ) କଟକ ଏସସିବିରେ ଡାକ୍ତରଙ୍କୁ ଦୁର୍ବ୍ୟବହାର ଅଭିଯୋଗ ।  କାଜୁଆଲଟି ମେଡିକାଲ ଅଫିସରଙ୍କୁ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି ।  ଆସିଷ୍ଟାଣ୍ଟ ପ୍ରଫେସରଙ୍କୁ ରୋଗୀ ଓ ତାଙ୍କ ସମ୍ପର୍କୀୟ ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଛି ।ଖବର ଅନୁଯାୟୀ, , ଗତକାଲି ବିଳମ୍ବିତ ରାତିରେ ନିଶାସକ୍ତ ଅବସ୍ଥାରେ ତିନି ଜଣ ଏସସିବି କାଜୁଆଲିଟ ଆସିଥିଲେ ।  କୁକୁର କାମୁଡ଼ାରେ ଆହତ ହୋଇ ଚିକିତ୍ସା ପାଇଁ ଆସିଥିଲେ।  ସେମାନଙ୍କର ଚିକିତ୍ସା ମଧ୍ୟ କରାଯାଇଥିଲା, କିନ୍ତୁ ସେମାନେ କାର୍ଯ୍ୟରତ ଡାକ୍ତରଙ୍କୁ ଗାଳି ଗୁଲଜ କରିବା ସହ ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଛି। । ଯାହାକୁ ନେଇ ରୋଗୀ ସଂପର୍କୀୟଙ୍କ ବିରୋଧରେ ଥାନାରେ ଏତଲା ଦିଆଯାଇଛି । ଏହାସହିତ ଦୋଷୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠା ପାଇଁ ଚେତାବନୀ ଦେଇଛନ୍ତି । ଯଦି ଆଗାମୀ ଦିନରେ କଠୋର କାର୍ଯ୍ୟାନୁଷ୍ଠ ନହୁଏ, ତେବେ ଡାକ୍ତରମାନେ ଆନ୍ଦୋଳନର ଧମକ ଦେଇଛନ୍ତି ।

Leave A Reply

Your email address will not be published.

19 − fifteen =