ଆରଜି କର ମେଡିକାଲ ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲା । ସଞ୍ଜୟକୁ ଦୋଷୀ ସାବ୍ୟସ୍ତ କଲେ ପଶ୍ଚିମବଙ୍ଗ ସିଆଲଦା କୋର୍ଟ । ନ୍ୟାୟାଳୟ ୨୦ ତାରିଖରେ ମାମଲାର ଦଣ୍ଡାଦେଶ ଶୁଣାଇବେ ।ଘଟଣା ଦିନ ରାତିରେ ସେମିନାର୍ ହଲରେ ଅଭୟା ଶୋଇଥିବାବେଳେ ସଞ୍ଜୟ ସେ ରୁମକୁ ଯାଇଥିଲା । ସିସିଟିଭି ଫୁଟେଜ ଆଧାରରେ ସଞ୍ଜୟକୁ ଛାଡ଼ିଦେଲେ କୌଣସି ଷ୍ଟାଫ୍ ସେଠାକୁ ଯାଇ ନ ଥିଲେ ।ସଞ୍ଜୟର ବ୍ଲଟୁଥ୍ ଅଭୟାଙ୍କ ମୃତଦେହ ନିକଟରେ ପଡ଼ିଥିଲା । ଯାହା ଆଧାରରେ ସଞ୍ଜୟଙ୍କୁ ଗିରଫ କରିଥିଲା ପୋଲିସ ।ସଞ୍ଜୟ ରାୟ। ଯିଏକି ସେହି କଲେଜର ସିକ୍ୟୁରିଟି ଭାବେ କାର୍ଯ୍ୟରତ ଥିଲା ।ଏପରିକି ସେ ପୋଲିସ ମିତ୍ର ଭାବେ ଦିଲ୍ଲୀ ପୋଲିସକୁ ସାହାଯ୍ୟ କରୁଥିଲା। ଘଟଣା ସାମ୍ନାକୁ ଆସିବା ପରେ ଯଦିଓ ଅଭିଯୁକ୍ତକୁ ଦିଲ୍ଲୀ ପୋଲିସ ଗିରଫ କରିଥିଲା କିନ୍ତୁ ପ୍ରତିବାଦ ଜୋରଦାର ହେଉଥିଲା । ସାରା ଦେଶରେ ଆନ୍ଦୋଳନ ହୋଇଥିଲା ତୀବ୍ର। ଡାକ୍ତର ମାନେ ଧର୍ମଘଟକୁ ଓହ୍ଲାଥିଲେ ।