ଭୁବନେଶ୍ୱର(ରାଜ୍ୟକାହାଣୀ) ଆୟକରଦାତା ନେଉଥିଲେ ରାସନ। ଏଭଳି ଚାଞ୍ଚଲ୍ୟକର ତଥ୍ୟ ଦେଇଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ପୂର୍ବ ସରକାର ସମୟରେ ଆୟକରଦାତା ମାନେ ରାସନ କାର୍ଡ ପାଇଥିଲେ ବୋଲି ମଧ୍ୟ ମନ୍ତ୍ରୀ କହିଛନ୍ତି ।ମନ୍ତ୍ରୀ କହିଛନ୍ତି, ପ୍ରାୟ ୪ ଲକ୍ଷ ଆୟକରଦାତା ରାସନ ନେଉଥିଲେ । ଏ ନେଇ ବିଭାଗ ପାଖରେ ତଥ୍ୟ ପହଞ୍ଚିଛି । ଆୟକରଦାତାଙ୍କୁ ରାସନ କାର୍ଡରୁ ବାଦ୍ ଦେବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି ।ରିପୋର୍ଟ ଆସିଲେ କାର୍ଯ୍ୟାନୁଷ୍ଠାନ ନିଆଯିବ । ପୁରା ତଥ୍ୟ ଆସିବା ପରେ ସେମାନଙ୍କୁ ରାସନ କାର୍ଡରୁ ବାଦ୍ ଦିଆଯିବ ବୋଲି ମନ୍ତ୍ରୀ କହିଛନ୍ତି । ସୂଚନାମୁତାବକ ଏବେ ସରକାରଙ୍କ ନିର୍ଦ୍ଦେଶାନୁସାରେ, ରାସନ କାର୍ଡରୁ ମିଳୁଥିବା ରାସନ ଲାଗି ହିତାଧିକାରୀଙ୍କୁ ଇକେୱାଇସି(eKYC) କରିବାକୁ ବାଧ୍ୟ୍ୟ । ଖାଦ୍ୟ ଓ ଖାଉଟି ଯୋଗାଣ ବିଭାଗ ପକ୍ଷରୁ ସମସ୍ତ ହିତାଧିକାରୀଙ୍କ ଲାଗି ଏହି ନିର୍ଦ୍ଦେଶନାମା ଜାରି କରାଯାଇଛି । ଯଦି ରାସନ କାର୍ଡଧାରୀ ଇକେୱାଇସି କରୁନାହାନ୍ତି, ତେବେ ସେମାନଙ୍କୁ ରାସନ ମିଳିବାରେ ଅସୁବିଧା ହୋଇପାରେ । ତେବେ ଇ-କେଓ୍ବାଇସି ସରିବା ପରେ ନୂଆ ଆବେଦନ ପାଇଁ ପୋର୍ଟାଲ ଖୋଲିବ ବୋଲି ମନ୍ତ୍ରୀ କହିଛନ୍ତି । ପ୍ରାୟ 41 ଲକ୍ଷ ବର୍ତ୍ତମାନ ସୁଦ୍ଧା ମଧ୍ୟ ଇକେଓ୍ବାଇସି କରିନାହାନ୍ତି ।