କରିନା ପୋଲିସକୁ କହିଛନ୍ତି ଯେ,ସୈଫ୍ ଏକାକୀ ଆକ୍ରମଣକାରୀଙ୍କୁ ସାମ୍ନା କରିଥିଲେ ।

ବଲିଉଡ ଅଭିନେତା ସୈଫ ଅଲ୍ଲୀ ଖାନଙ୍କ ଉପରେ ହୋଇଥିବା ଆକ୍ରମଣର ତଦନ୍ତ କରୁଛି ମୁମ୍ବାଇ ପୋଲିସ । ଏନେି କରିନା କପୁର ତାଙ୍କର ବୟାନ ରେକର୍ଡ କରିଛନ୍ତି । କରିନା କପୁର ବାନ୍ଦ୍ରା ପୋଲିସକୁ କହିଛନ୍ତି ଯେ,ସୈଫ୍ ଏକାକୀ ଆକ୍ରମଣକାରୀଙ୍କୁ ସାମ୍ନା କରିଥିଲେ । ଯେତେବେଳେ ଆକ୍ରମଣ ହୋଇଥିଲା ସେତେବେଳେ ସୈଫ୍‌ ଘରର ସମସ୍ତ ପିଲା ଏବଂ ମହିଳାଙ୍କୁମାନଙ୍କୁ  ବିଲ୍ଡିଂର ୧୨ ମହଲାକୁ ପଠାଇଦେଲେ । ସେ ସମସ୍ତଙ୍କୁ ବଞ୍ଚେଇବାକୁ ଚେଷ୍ଟା କରିଥିଲେ । ସୈଫ୍ ଆକ୍ରମଣକାରୀଙ୍କୁ ସାମ୍ନାକୁ ଆସିବାରୁ ଦୁର୍ବୃତ୍ତ ତାଙ୍କ ପୁଅ ପାଖରେ ପହଞ୍ଚି ପାରିନଥିବା ସେ କହିଛନ୍ତି । କରିନା ଏହା ମଧ୍ୟ କହିଥିଲେ ଯେ ଆକ୍ରମଣକାରୀ ଘରୁ କିଛି ଚୋରି କରି ନାହାଁନ୍ତି, କିନ୍ତୁ ସେ ବହୁତ ଆକ୍ରମଣାତ୍ମକ ଥିଲେ । ସେ ସୈଫଙ୍କୁ ଅନେକ ଥର ଆକ୍ରମଣ କରିଥିଲେ । ଆକ୍ରମଣ ପରେ ମୁଁ ବହୁତ ଭୟଭୀତ ହୋଇଯାଇଥିଲି,ସେଥିପାଇଁ କରିସ୍ମା ମତେ ତାଙ୍କ ନିଜ ଘରକୁ ନେଇଯାଇଥିଲେ ।

Leave A Reply

Your email address will not be published.

five × four =