ସ୍ବାମୀତ୍ବ ଯୋଜନାରେ ସଂପତ୍ତି କାର୍ଡର ଇ-ବିତରଣ କଲେ ମୋଦି 

ମୋଦି ସରକାରଙ୍କ ବଡ ଭେଟି ।  ସ୍ବାମୀତ୍ବ ଯୋଜନାରେ ସଂପତ୍ତି କାର୍ଡର ଇ-ବିତରଣ କଲେ ପ୍ରଧାନମନ୍ତ୍ରୀ ମୋଦି । ଭିଡିଓ କନଫରେନ୍ସିଂ ଜରିଆରେ ସ୍ବାମୀତ୍ବ ଯୋଜନାରେ ଦେଶର ୫୦ ହଜାରରୁ ଅଧିକ ଗାଁରେ ୬୫ ଲକ୍ଷର ସଂପତ୍ତି କାର୍ଡ ବଣ୍ଟନ କରିଛନ୍ତି ପ୍ରଧାନମନ୍ତ୍ରୀ ।ଏହି କାର୍ଯ୍ୟକ୍ରମରେ, ଛତିଶଗଡ଼, ଗୁଜରାଟ, ହିମାଚଳ ପ୍ରଦେଶ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ମିଜୋରାମ, ଓଡ଼ିଶା, ପଞ୍ଜାବ, ରାଜସ୍ଥାନ, ଉତ୍ତର ପ୍ରଦେଶ ଏବଂ ଦୁଇଟି କେନ୍ଦ୍ରଶାସିତ ଅଞ୍ଚଳ ଜମ୍ମୁ ଏବଂ କାଶ୍ମୀର ଏବଂ ଲଦାଖର ସମ୍ପତ୍ତି ମାଲିକମାନଙ୍କୁ ସମ୍ପତ୍ତି କାର୍ଡ ପ୍ରଦାନ କରାଯାଇଥିଲା। ପ୍ରଧାନମନ୍ତ୍ରୀ କହିଥିଲେ, ଯେ ଦେଶର ବିକାଶରେ ଜମି ଏବଂ ଘର ଏକ ବଡ଼ ଭୂମିକା ଗ୍ରହଣ କରିଥାଏ । ଯେତେବେଳେ ସମ୍ପତ୍ତିର ରେକର୍ଡ ଥାଏ, ନାଗରିକମାନଙ୍କ ମଧ୍ୟରେ ଆତ୍ମବିଶ୍ୱାସ ବୃଦ୍ଧି ପାଏ ।ଏବେବି ଭାରତର ଅନେକ ଗାଁରେ କୋଟି କୋଟି ଟଙ୍କାର ସଂପତ୍ତି ଥିବା ସତ୍ତ୍ବେ ଆଇନଗତ ଦଲିଲ ନଥିବା ଯୋଗୁ ଅସୁବିଧାର ସାମ୍ନା କରନ୍ତି ଜମି ମାଲିକ । ଏହାଦ୍ବାରା ଅନେକ ସ୍ଥାନରେ ଗରିବ ଲୋକଙ୍କ ଉପରେ ଅଧିକାର  ସାବ୍ୟସ୍ତ କରନ୍ତି ବଡବଡିଆ ଲୋକ । ତେଣୁ ଗରିବଙ୍କୁ ସଶକ୍ତ କରିବା ଉଦ୍ଦେଶ୍ୟରେ ଅକ୍ଟୋବର ୨୦୨୦ରେ ଦେଶରେ ଆରମ୍ଭ ହୋଇଥିଲା ସ୍ବାମୀତ୍ବ  ଯୋଜନା । ୨୦୨୨ ଡିସେମ୍ବର ସୁଦ୍ଧା ଏହି ଯୋଜନାରେ ଦେଶରେ ୩୧ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ହିତାଧିକାରୀଙ୍କୁ ଅନ୍ତର୍ଭୁକ୍ତ କରାଯାଇଥିଲା । ଗ୍ରାମାଞ୍ଚଳରେ ସମ୍ପତ୍ତିର ସ୍ପଷ୍ଟ ମାଲିକାନା ସମ୍ପତ୍ତି କାର୍ଡ ଦ୍ୱାରା ସୁନିଶ୍ଚିତ ହୋଇଛି । ଏଥିରେ, ଭୂମି ଏବଂ ସୀମା ମାନଚିତ୍ର କରିବା ପାଇଁ ଡ୍ରୋନ୍ ପ୍ରଯୁକ୍ତିବିଦ୍ୟା ବ୍ୟବହାର କରାଯାଏ। ଏହା ପ୍ରତ୍ୟେକ ଜମିର ମାଲିକାନା ନିର୍ଣ୍ଣୟ କରେ। ଏହି ଯୋଜନା ମାଧ୍ୟମରେ, ଲକ୍ଷ ଲକ୍ଷ ଚାଷୀଙ୍କୁ ପୈତୃକ ଜମିର ଆଇନଗତ ମାଲିକାନା ଦିଆଯାଇଛି। ଏହା କୃଷକମାନଙ୍କୁ ସଶକ୍ତ କରିଛି । ସେମାନେ ଏବେ ସେମାନଙ୍କର ଭବିଷ୍ୟତର ଆବଶ୍ୟକତା ପାଇଁ ସହଜରେ ଋଣ ମଧ୍ୟ ପାଇପାରିବେ ।

Leave A Reply

Your email address will not be published.

8 − 2 =