ଭୁବନେଶ୍ୱର(ରାଜ୍ୟକାହାଣୀ) ଗାଡି ବୀମା ନଥିଲେ ଧରିବ ଟୋଲ ଗେଟ । ମୋଟର ଯାନର ବୀମା ନଥିଲେ ସ୍ୱୟଂକ୍ରିୟ ପ୍ରଣାଳୀରେ ଧରା ପଡିବେ ।ଫେବୃୟାରୀ ପହିଲାରୁ ସାରା ରାଜ୍ୟରେ ନିୟମ ଲାଗୁ ହେବ । ଧରାପଡ଼ିଲେ ମୋଟର ଯାନ ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ନିଆଯିବ । ଉଲଂଘନକାରୀଙ୍କୁ ୨ ହଜାର କରିମାନା କିମ୍ବା ୩ ମାସର ଜେଲଦଣ୍ଡ ହୋଇପାରେ ।ରାଜ୍ୟରେ ଥିବା 22 ଟି ଟୋଲ ଗେଟରେ ଏହା କାର୍ଯ୍ୟକାରୀ ହେବ । ଇ – ଡିଟେକ୍ସନ ଜରିଆରେ କଟିବ ଇ-ଚାଲାଣ । ପୁନର୍ବାର ଉଲଂଘନ କଲେ 4 ହଜାର ଟଙ୍କା ଫାଇନ କିମ୍ବା 3 ମାସ ଜେଲ ଦଣ୍ଡ ମିଳିବ ।