ଭୁବନେଶ୍ୱର(ରାଜ୍ୟକାହାଣୀ) ରାଉରକେଲାରେ ଜଣେ ନାବାଳିକାଙ୍କୁ ଗଣ ଦୁଷ୍କର୍ମ ମାମଲାରେ ପୋଲିସ ୫ ଜଣକୁ ଗିରଫ କରିଛି। ମାମଲାର ଅନ୍ୟ ଜଣେ ଅଭିଯୁକ୍ତ ଏବେବି ଫେରାର ରହିଥିବା ଜଣାପଡ଼ିଛି।ସୂଚନା ଅନୁଯାୟୀ, ଗୁରୁବାର ନାବାଳିକା ଜଣକ ନିଜ ପୁରୁଷ ବନ୍ଧୁଙ୍କ ସହ ଟୁସୁ ପର୍ବ ଦେଖିବାକୁ ଯାଇଥିବା ସମୟରେ, ସେଠାରୁ ତାଙ୍କୁ ବଳପୂର୍ବକ ଉଠାଇ ନେଇଥିଲେ ୬ ଦୁର୍ବୃତ୍ତ।
ଯୁବତୀଙ୍କୁୁ ଦୁର୍ବୃତ୍ତମାନେ ବିଶ୍ରା ଥାନା ତେତେରକେଲା କୋଏଲ ନଦୀ ପଠାରେ ଗଣ ଦୁର୍ଷ୍ମମ କରିଥିଲେ। ସେପଟେ ପୁରୁଷ ବନ୍ଧୁଙ୍କ ଅଭିଯୋଗ ଅନୁସାରେ ପୋଲିସ ଏହି ଦୁର୍ବୃତ୍ତଙ୍କୁ ଘଟଣାସ୍ଥଳରୁ ଗିରଫ କରିଥିଲା। ହେଲେ ଏହି ସମୟରେ ଜଣେ ଅଭିଯୁକ୍ତ ଫେରାର ଅଛି |ଗତ କିଛି ମାସ ହେବ ରାଉରକେଲା ସହରକୁ ମିଶାଇ ସୁନ୍ଦରଗଡ଼ ଜିଲ୍ଲାରେ ଦୁଷ୍କର୍ମ ଓ ଗଣଦୁଷ୍କର୍ମ ଭଳି ଘଟଣା ବଢ଼ିବାରେ ଲାଗିଛି। କେବଳ ରାଉରକେଲା ସହରରେ ଗତ ସେପ୍ଟେମ୍ୱରରୁ ଆଜି ପର୍ଯ୍ୟନ୍ତ ୧୨ଟି ନାବାଳିକା ଦୁଷ୍କର୍ମ ମାମଲା ଘଟିଯାଇଛି। ଏହା ରାଉରକେଲା ପୁଲିସ ପାଇଁ ଚାଲେଞ୍ଜ ସୃଷ୍ଟି ହୋଇଛି।