ଭୁବନେଶ୍ୱର(ରାଜ୍ୟକାହାଣୀ) ଦନ୍ତକାରୀ ପୋଲିସ ଅଧିକାରୀଙ୍କୁ ମିଳିବ ବାଇକ୍ । ଏଥିସହିତ ତଦନ୍ତକାରୀ ଅଧିକାରୀଙ୍କୁ ମିଳିବ ତଦନ୍ତ ସମ୍ପର୍କିତ କିଟ୍ । ପ୍ରଥମ ପର୍ଯ୍ୟାୟରେ ୨୫୦୦ ବାଇକ୍ ଥାନାକୁ ଦିଆଯିବ ବୋଲି ପୋଲିସ ଡିଜି ୱାଇ.ବି. ଖୁରାନିଆ କହିଛନ୍ତି । ୧୫ ଦିନ ମଧ୍ୟରେ ରାଜ୍ୟର ୬୭୯ ଥାନାରେ ମିଳିବ ନୂଆ ସ୍କର୍ପିଓ। ପୋଲିସର କାର୍ଯ୍ୟ ଦକ୍ଷତା ବଢ଼ାଇବା ପାଇଁ ଏହି ବ୍ୟବସ୍ଥା ହୋଇଛି । ଏଥିରେ ରହିବ ଲାପଟପ୍, ସ୍ମାର୍ଟ ଫୋନ୍, ପେନ୍ ଡ୍ରାଇଭ୍ । ତଦନ୍ତକରି ଅଧିକାରୀଙ୍କୁ ଇନ୍ଧନ, ମେଣ୍ଟେନଂଶ ପାଇଁ ମଧ୍ୟ ଖର୍ଚ୍ଚ ଦିଆଯିବ । ଏଣିକି ମାମଲାର ତଦନ୍ତ କରୁଥିବା ଅଧିକାରୀଙ୍କ ପାଇଁ ଆସିବ ସ୍ଵତନ୍ତ୍ର ବଜେଟ । ଏନେଇ ରାଜ୍ୟ ସରକାରଙ୍କୁ ପୋଲିସ ବିଭାଗ ପକ୍ଷରୁ ପ୍ରସ୍ତାବ ଦିଆଯାଇଛି । ଗତ ବର୍ଷ ଦୁଇ ଲକ୍ଷ 11ହଜାର ମାମଲା ହୋଇଥିଲା । ତଦନ୍ତକାରୀ ଅଧିକାରୀ ରାଜ୍ୟ ଓ ରାଜ୍ୟ ବାହାରକୁ ଯାଇ ତଦନ୍ତ କରୁଛନ୍ତି । ସେଥିପାଇଁ ତଦନ୍ତ ପାଇଁ ସ୍ବତନ୍ତ୍ର ବଜେଟ ପାଇଁ ଦିଆଯାଇଛି ପ୍ରସ୍ତାବ । ରାଜ୍ୟ ସରକାର 31ମାର୍ଚ୍ଚ ସୁଦ୍ଧା ଏହା ପ୍ରଦାନ କରାଯିବ ବୋଲି ରାଜ୍ୟ ସରକାର କହିଛନ୍ତି ।ସେହିଭଳି ୬୭୯ ଥାନାକୁ ସ୍କର୍ପିଓ ଗାଡି ଦିଆଯିବ । ୨୮ ଫେବୃଆରୀ ସୁଦ୍ଧା ନୂଆ ଗାଡି ଥାନାରେ ପହଞ୍ଚିବ । ଏହା ସହିତ ଓଡ଼ିଶା ସୀମାରେ ଥିବା ୧୧ ଗୋଟି ଲୋକ ନଥିବା ଦ୍ବୀପରେ ଜାତୀୟ ପତାକା ପୋଲିସ ଲଗାଇବ ବୋଲି ପୋଲିସ ଡିଜି ୱାଇ.ବି. ଖୁରାନିଆ ସୂଚନା ଦେଇଛନ୍ତି ।