ଆଜିଠାରୁ ଶିମିଳିପାଳ ଜଗିବେ ପୁଲିସ ଫୋର୍ସ। 

ଭୁବନେଶ୍ୱର(ରାଜ୍ୟକାହାଣୀ) ବନ୍ୟଜନ୍ତୁ ଶିକାରୀମାନଙ୍କ ଘୃଣ୍ୟ କାର୍ଯ୍ୟରେ ଅଙ୍କୁଶ ଲଗାଇବା ପାଇଁ କଡ଼ା ପଦକ୍ଷେପ ଗ୍ରହଣ କରାଯାଇଛି। ଏଥର ଶିମିଳିପାଳ ଅଭୟାରଣ୍ୟରୁ ବାଘ, ହାତୀ ଶିକାର କଲେ ଆଉ ନିସ୍ତାର ମିଳିବ ନାହିଁ। ବନ ବିଭାଗ ଓ ପୁଲିସର ମିଳିତ ସହଯୋଗରେ  ସ୍ପେଶାଲ ଟାକ୍ସ ଫୋର୍ସ ଗଠନ ହୋଇଛି।ପରବର୍ତ୍ତୀ ପର୍ଯ୍ୟାୟରେ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଅଧିକ ସଂଖ୍ୟକ ପୁଲିସ ମୁତୟନ କରାଯିବା ନେଇ ପଦକ୍ଷେପ ଗ୍ରହଣ କରାଯିବ ବୋଲି ମୟୂରଭଞ୍ଜ ଏସପି ପ୍ରକାଶ କରିଛନ୍ତି।ଗତ କିଛି ଦିନ ମଧ୍ୟରେ  ଲଗାତାର ବାଘ ହତ୍ୟା କରାଯାଇ ଛାଲ ବିକ୍ରି କରାଯାଉଥିବା ଜଣାପଡିବା ପରେ ଡିଆଇଜି ଡକ୍ଟର ସତ୍ୟଜିତ ନାୟକ ଏହି ଟାକ୍ସ ଫୋର୍ସ ଗଠନ କରିଛନ୍ତି। 

Leave A Reply

Your email address will not be published.

seven − one =