ସହଦେଵ ନାୟକ ମୃତ୍ୟୁ ମାମଲାରେ ଅଭିଯୁକ୍ତଙ୍କ ଘର ଭାଙ୍ଗିବ କମିଶନରେଟ ପୋଲିସ । 

ଭୁବନେଶ୍ୱର(ରାଜ୍ୟକାହାଣୀ) ଭୁବନେଶ୍ୱର ସହଦେବ ନାୟକ ହତ୍ୟାକାଣ୍ଡ ଘଟଣାରେ ଗିରଫ ଅଭିଯୁକ୍ତଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ପୋଲିସର ଯୋଜନା । ହତ୍ୟା ଅଭିଯୁକ୍ତଙ୍କ ଘର ଭାଙ୍ଗିବ କମିଶନରେଟ ପୋଲିସ ।  ବସ୍ତିରେ ରହି ନିଶା କାରବାର କରିବା ସହ ଅପରାଧ ଘଟାଉଥିଲେ ଅଭିଯୁକ୍ତ । ଏଥିପାଇଁ ଅଭିଯୁକ୍ତଙ୍କ ଘର ଭାଙ୍ଗିବାକୁ BMCକୁ ଚିଠି ଲେଖିଛି କମିଶନରେଟ ପୋଲିସ ।ଭୁବନେଶ୍ବର କେଦାରପଲ୍ଲୀ ବସ୍ତିରେ ବ୍ରାଉନ ସୁଗାର ବେପାରୀଙ୍କୁ ଚେକ୍ ଦେବାରୁ ସହଦେବ ପୋଲିସକୁ ସହାୟତା କରିଥିଲା । ଯାହାକୁ ନେଇ ଏହି ବ୍ରାଉନସୁଗାର ବେପାରୀ ମାନେ ଗତ ତିନି ମାସ ପୂର୍ବରୁ ସହଦେବକୁ ହତ୍ୟା କରିବାକୁ ଯୋଜନା କରିଥିଲେ ।  ସହଦେବ ନାୟକଙ୍କ ମୃତ୍ୟୁ ମାମଲାରେ ମୁଖ୍ୟ ଅଭିଯୁକ୍ତ ସୁଶାନ୍ତ ସମେତ ଆଉ ୫ ଜଣ ଫେରାର ଥିବା ବେଳେ ସେମାନଙ୍କୁ ଧରିବାକୁ ପୋଲିସ ତନାଘନା ତଦନ୍ତ ଚଳାଇଛି ।

Leave A Reply

Your email address will not be published.

16 − 1 =