ଚଳିତ ମହାକୁମ୍ଭରେ ୧୨ ହଜାର ନାଗାସାଧୁ ନେବେ ଦୀକ୍ଷା

ମହାକୁମ୍ଭ-୨୦୨୫ରେ ବଛାବଛା ପ୍ରାଚୀନ ହିନ୍ଦୁ ଆଖଡ଼ା ଦ୍ୱାରା ପ୍ରାୟ ୧୨,୦୦୦ ନୂଆ ନାଗା ସାଧୁଙ୍କୁ ସନ୍ନ୍ୟାସ ଦୀକ୍ଷାରେ ଦୀକ୍ଷିତ କରାଯିବ । ଗଙ୍ଗାରେ ୧୦୮ ଥର ସ୍ନା କରିବା ପରେ ସେମାନେ ଜଙ୍ଗଲକୁ ଯାଇ କରିବେ କଠୋର ସାଧନା । ମୋଟ ୧୩ଟି ସ୍ୱୀକୃତିପ୍ରାପ୍ତ ହିନ୍ଦୁ ମଠ ମଧ୍ୟରୁ ମାତ୍ର ୭ଟି ଆଖଡ଼ାରେ ନାଗା ସାଧୁ ଅଛନ୍ତି। ଏମାନଙ୍କ ମଧ୍ୟରେ ଜୁନା ଆଖଡ଼ା, ନିରଞ୍ଜନୀ ଆଖଡ଼ା, ମହାନିର୍ବାଣୀ ଆଖଡ଼ା, ଅଟଳ ଆଖଡ଼ା, ଅଗ୍ନି ଆଖଡ଼ା, ଆନନ୍ଦ ଆଖଡ଼ା ଓ ଆବାହନ ଆଖଡ଼ା ରହିଛି। ଏହି ଆଶାୟୀ ନାଗା ସାଧୁମାନେ ନିଜ ପିତାମାତା ଏବଂ ଏପରିକି ନିଜ ପାଇଁ ପିଣ୍ଡଦାନ କରିବା ପରେ ସଂସାରିକ ଆକର୍ଷଣ ତ୍ୟାଗ କରିଥିବା ଆଖଡ଼ାର ସଦସ୍ୟ ହୋଇସାରିଛନ୍ତି। ନାଗା ସନ୍ନ୍ୟାସୀ ହେବାକୁ ଚାହୁଥିବା ଜଣେ ସାଧୁଙ୍କ କାର୍ଯ୍ୟକଳାପ ଉପରେ ଅନେକ ବର୍ଷ ଧରି ତୀକ୍ଷ୍ଣ ନଜର ରଖାଯାଇଥାଏ। ପୂଜା ଓ ଧାର୍ମିକ କାର୍ଯ୍ୟରେ ସମ୍ପୂର୍ଣ୍ଣ ସମର୍ପିତ ଥିବା ସାଧୁମାନଙ୍କୁ ହିଁ ନାଗା ସନ୍ନ୍ୟାସୀ କରାଯାଏ ବୋଲି ବିଭିନ୍ନ ଆଖଡ଼ାର ବରିଷ୍ଠ ସାଧୁମାନେ ଦାବି କରିଛନ୍ତି।  ଯେଉଁମାନେ ସାଧୁ ଭାବରେ ଦୀକ୍ଷା ଗ୍ରହଣ କରିଛନ୍ତି ଏବଂ ନାଗା ସନ୍ନ୍ୟାସୀ ହେବାକୁ ଯାଉଛନ୍ତି ସେମାନଙ୍କୁ ନିଜ ନିଜ ଗୁରୁଙ୍କ ସମ୍ମୁଖରେ ଉପସ୍ଥାପିତ କରାଯିବ ।

Leave A Reply

Your email address will not be published.

19 − 12 =