ନବ ଦାସ ହତ୍ୟା: CBI ତଦନ୍ତ ଦାବିରେ ହାଇକୋର୍ଟରେ ମାମଲା

ଭୁବନେଶ୍ୱର(ରାଜ୍ୟକାହାଣୀ) ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀନବ ଦାସ ହତ୍ୟା ଘଟଣାର ସିବିଆଇ ତଦନ୍ତ ପାଇଁ ହାଇକୋର୍ଟରେ ମାମଲା । ଭାରତୀୟ ବିକାଶ ପରିଷଦ ପକ୍ଷରୁ ମାମଲା ରୁଜୁ ହୋଇଛି । ପୂର୍ବରୁ ଭାରତୀୟ ବିକାଶ ପରିଷଦ ଆବେଦନକୁ ଖାରଜ କରିଥିଲେ ହାଇକୋର୍ଟ । ମାମଲାରେ ସିବିଆଇ, ମୁଖ୍ୟ ସଚିବ, ଗୃହ ସଚିବ ଓ ପୋଲିସ ଡ଼ିଜିଙ୍କୁ ପକ୍ଷଭୁକ୍ତ କରାଯାଇଛି । ଆଉ ମାତ୍ର କିଛି ଦିନ ପରେ ଦିବଙ୍ଗତ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ଦ୍ବିତୀୟ ଶ୍ରାଦ୍ଧବାର୍ଷିକୀ । ଠିକ ଏହା ପୂର୍ବରୁ ନବଙ୍କ ଝିଅ ତଥା ପୂର୍ବତନ ବିଧାୟିକା ଦୀପାଳି ଦାସ ଓ ପୁଅ ବିଶାଳ ଦାସ ବାପାଙ୍କ ହତ୍ୟାକାଣ୍ଡର ‘ସିବିଆଇ’ ତଦନ୍ତ ଦାବି କରିଛନ୍ତି । ଯାହାକୁ ନେଇ ରାଜନୀତି ଜୋରଦାର ଆରମ୍ଭ ହୋଇଛି ।ଏହି ପ୍ରସଙ୍ଗରେ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ପ୍ରତିକ୍ରିୟାରେ କହିଥିଲେ, CBI ତଦନ୍ତ ପାଇଁ ଲେଖିକି ଦିଅନ୍ତୁ ନବ ଦାସଙ୍କ ପରିବାର । ଲିଖିତ ଭାବେ ନଦେଇ ଗଣମାଧ୍ୟମରେ ପ୍ରତିକ୍ରିୟା ରଖିଲେ ତାର କିଛି ମାନେ ନାହିଁ । ଲିଖିତ ଭାବେ ଦାବି କଲେ ସେ ଦିଗରେ ମୁଖ୍ୟମନ୍ତ୍ରୀ ପଦକ୍ଷେପ ଗ୍ରହଣ କରିବେ ।

Leave A Reply

Your email address will not be published.

2 × three =