ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ଙ୍କୁ ୧୪ ବର୍ଷ ଜେଲ

ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ଙ୍କୁ ମିଳିଛି ବଡ ଝଟକା। ଶୁକ୍ରବାର ପାକିସ୍ତାନର ଏକ ସ୍ଥାନୀୟ କୋର୍ଟ ଇମ୍ରାନ ଖାନ୍‌ଙ୍କୁ ୧୪ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି। ଦୁର୍ନୀତି ମାମଲାରେ ତାଙ୍କୁ ୧୪ ବର୍ଷ ଜେଲ୍‌ ଦଣ୍ଡାଦେଶ ଶୁଣାଇଛନ୍ତି କୋର୍ଟ।କେବଳ ସେତିକି ନୁହେଁ ତାଙ୍କ ପତ୍ନୀଙ୍କୁ ମଧ୍ୟ ୭ ବର୍ଷ ସଜ୍ଜା ଶୁଣାଯାଇଛି । ଅଲକାଦିର ଟ୍ରଷ୍ଟ ମାମଲାରେ ଶୁଣାଣି ।  କ୍ଷମତାର ଦୁରୂପଯୋଗ ପାଇଁ ଦୋଷୀ ସାବ୍ୟସ୍ତ କରିଛନ୍ତି ପାକିସ୍ତାନ କୋର୍ଟ । ୨୦୨୩ରୁ ପାକିସ୍ତାନର ରାୱଲପିଣ୍ଡି ଜେଲରେ ବନ୍ଦୀ ଅଛନ୍ତି ଇମ୍ରାନ ଖାନ୍ । ତାଙ୍କୁ ଓ ତାଙ୍କ ପତ୍ନୀଙ୍କୁ ଦୁଇ ଶହରୁ ଅଧିକ ମାମଲାରେ ଅଭିଯୁକ୍ତ ଦର୍ଶାଯାଇ ଗିରଫ କରାଯାଇଛି । ପୂର୍ବରୁ ଅନେକ ମାମଲାରେ ଶୁଣାଣି କରାଯାଇ ତାଙ୍କୁ ଜେଲଦଣ୍ଡା ଦେଶ ହୋଇସାରିଛି । ଏବେ ପୁଣି ଆଉ ଏକ ମାମଲାରେ ଇମ୍ରାନଙ୍କୁ ଜେଲ ଦେଣ୍ଡାଦେଶ ଶୁଣାଇଛନ୍ତି ପାକିସ୍ତାନର କୋର୍ଟ ।

Leave A Reply

Your email address will not be published.

14 − 1 =