ବରିଷ୍ଠ ନାଗରିକଙ୍କୁ ଶିରିଡ଼ି ବୁଲା‌ଇବେ ଓଡ଼ିଶା ସରକାର।

ଭୁବନେଶ୍ୱର(ରାଜ୍ୟକାହାଣୀ)  ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନାରେ ସ୍ପେଶାଲ୍ ଟ୍ରେନ୍‌ର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଭୁବନେଶ୍ଵର ରେଳ ଷ୍ଟେସନରେ ଭୁବନେଶ୍ଵର – ଶିରିଡ଼ି – ନାସିକ ଟ୍ରେନକୁ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ।ଭୁବନେଶ୍ବର-ଶିରିଡ଼ି-ନାସିକ ତୀର୍ଥଯାତ୍ରୀ ଟ୍ରେନ୍ ର ଆଧ୍ୟାତ୍ମିକ ଯାତ୍ରା ଶ୍ରଦ୍ଧାଳୁଙ୍କୁ ଦିବ୍ୟ ଅନୁଭୂତି ପ୍ରଦାନ କରିବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି।ପୁରୀ, ଖୋର୍ଦ୍ଧା, ଜଗତସିଂହପୁର, କେନ୍ଦ୍ରାପଡ଼ା, କଟକ ଓ ଢେଙ୍କାନାଳ ଜିଲ୍ଲାରୁ ୮୦୦ ଜଣ ବରିଷ୍ଠ ନାଗରିକ ମାନେ ତୀର୍ଥଯାତ୍ରାରେ ଯାଉଛନ୍ତି । ଏହିଭଳି ଚଳିତ ବର୍ଷ ପର୍ଯ୍ୟାୟକ୍ରମେ ସର୍ବମୋଟ୍ ୧୦ଟି ଟ୍ରିପରେ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଚଳିତ ବର୍ଷ ୮ ହାଜର ବରିଷ୍ଠ ନାଗରିକ ତୀର୍ଥ ଯାତ୍ରାରେ ଯିବେ । ପ୍ରତି ଟ୍ରିପରେ ୮୦୦ ବରିଷ୍ଠ ନାଗରିକ ତୀର୍ଥ ଯାତ୍ରାରେ ଯିବେ । ବରିଷ୍ଠ ନାଗରିକ ତୀର୍ଥ ଯାତ୍ରା ଯୋଜନା ମାଧ୍ୟମରେ ଶିରିଡ଼ି, ନାସିକ, କାମାକ୍ଷା, ବାରଣାସୀ, କଲିକତା ଦକ୍ଷିଣ କାଳୀ ମନ୍ଦିର, ଅଯୋଧ୍ୟା ଭଳି ବିଭିନ୍ନ ୧୦ଟି ତୀର୍ଥ ସ୍ଥାନ ବୁଲିବେ ରାଜ୍ୟର ବରିଷ୍ଠ ନାଗରିକ । 

Leave A Reply

Your email address will not be published.

eighteen − 7 =