ଉଦୟଗିରି-ରତ୍ନଗିରିରେ ବିଶ୍ୱ ବୌଦ୍ଧ ସମ୍ମିଳନୀ,ଯୋଗ ଦେଲେ ୧୭ଟି ଦେଶର ୧,୫୦୦ ଧର୍ମାବଲମ୍ବୀ

ଭୁବନେଶ୍ୱର(ରାଜ୍ୟକାହାଣୀ)  ଉଦୟଗିରି-ରତ୍ନଗିରିରେ ଆରମ୍ଭ ହୋଇଛି  ବିଶ୍ୱ ବୌଦ୍ଧ ସମ୍ମିଳନୀ । ୧୭ଟି ଦେଶର  ପ୍ରାୟ ୧,୫୦୦ ଧର୍ମାବଲମ୍ବୀଙ୍କ ଯୋଗଦାନ କରିଛନ୍ତି  ।  ସ୍ନେହ, ପ୍ରେମ ଏବଂ ଶ୍ରଦ୍ଧାର ବାର୍ତ୍ତା ନେଇ ବିଶ୍ୱ ଶାନ୍ତି ପାଇଁ ବୁଦ୍ଧଙ୍କ ନିକଟରେ ପ୍ରାର୍ଥନା ଏବଂ ମନ୍ତ୍ରପାଠ ଚାଲିଛି।୧୨ ତାରିଖରୁ ଆରମ୍ଭ ହୋଇଥିବା ଏହି ବୌଦ୍ଧ ସମ୍ମିଳନୀରେ, ପ୍ରଥମଥର ପାଇଁ ଦ୍ୱିତୀୟ ବୁଦ୍ଧ ଭାବେ ପରିଚିତ ଗୁରୁ ପଦ୍ମସମ୍ଭାବଙ୍କ ନାମରେ ବିଶ୍ୱ ବୌଦ୍ଧ ସମ୍ମିଳନୀ ଆୟୋଜନ କରାଯାଇଛି। ଆନ୍ତର୍ଜାତିକ ବୌଦ୍ଧ ଫାଉଣ୍ଡେସନ ଏବଂ ଉଦୟଗିରି ବୁଦ୍ଧ ମହୋତ୍ସବ କମିଟି ଏହାର ଆୟୋଜକ। ଗୁରୁ ପଦ୍ମସମ୍ଭାବଙ୍କ ଦେହାନ୍ତ ଉଦୟଗିରିରେ ହୋଇଥିଲା ବୋଲି ବୌଦ୍ଧ ଧର୍ମାବଲମ୍ବୀ ମାନନ୍ତି। ଏହି ସ୍ଥାନଗୁଡ଼ିକ ବିଶ୍ୱ ଐତିହ୍ୟ ସ୍ଥଳୀର ମାନ୍ୟତା ପାଇବା ଉପରେ ଜୋର ଦିଆଯାଉଛି।ଯାଜପୁର ଅଞ୍ଚଳରୁ ବୌଦ୍ଧ ପର୍ଯ୍ୟଟନ ସ୍ଥଳୀ ଉଦୟଗିରି ଓ ରତ୍ନଗିରିରେ ବୌଦ୍ଧ ଧର୍ମାବଲମ୍ବୀ ଓ ସନ୍ନ୍ୟାସୀଙ୍କ ମିଳନ ସମାଗମ ଘଟିଥିବା ଦେଖିବାକୁ ମିଳିଛି

Leave A Reply

Your email address will not be published.

twenty − 6 =