ରବିବାର ଯାଏ ବିଶେଷ ଶୀତ ଅନୁଭୂତ ହେବନି ।

ଭୁବନେଶ୍ୱର(ରାଜ୍ୟକାହାଣୀ) ରାଜ୍ୟରୁ କମ୍ ହୋଇଛି ଶୀତ । ଅଧିକାଂଶ ସ୍ଥାନରେ ରାତି ତାପମାତ୍ରା ୧୫ ଡିଗ୍ରୀ ସେଲସିୟସ୍‌ ଉପରେ ରହିଛି । ଏଥିପାଇଁ ଆଉ ଶୀତ ଅନୁଭୂତ ହେଉନି । ଆହୁରି ୪ ଦିନ ଏଭଳି ସ୍ଥିତି ରହିବ । ରବିବାର ଯାଏ ବିଶେଷ ଶୀତ ଅନୁଭୂତ ହେବନି । କାଁ ଭାଁ କିଛି ସ୍ଥାନରେ ଶୀତ ଅନୁଭୂତ ହେବ ।ଆଜିଠୁ ସର୍ବନିମ୍ନ ତାପମାତ୍ରା ୧୭ ରୁ ୧୮ ଡିଗ୍ରି ସେଲସିୟସ ରହିବ ବୋଲି ପୂର୍ବାନୁମାନ କରାଯାଇଥିବାବେଳେ ଏହା ପରଦିନ ତାପମାତ୍ରା ୧୩ ଡିଗ୍ରି ସେଲସିୟସକୁ ଖସିବାର ସମ୍ଭାବନା ରହିଛି । କଟକ ସହରର ତାପମାତ୍ରା ଏହି ସମୟ ମଧ୍ୟରେ ୧୪ ଡିଗ୍ରିରୁ ୧୨ ଡିଗ୍ରିକୁ ଖସିଯିବ ବୋଲି ପୂର୍ବାନୂମାନ କରାଯାଇଛି ।

Leave A Reply

Your email address will not be published.

13 − 2 =