ଆସିଲା ସିସିଟିଭି ଫୁଟେଜ,ସୈଫ୍ ଅଲ୍ଲୀ ଖାନଙ୍କୁ ଆକ୍ରମଣ କରିଥିବା ସନ୍ଦିଗ୍ଧ ଚିହ୍ନଟ

ଗୁରୁବାର ମୁମ୍ବାଇ ପୋଲିସ କହିଛି ଯେ ଅଭିନେତାଙ୍କୁ ଆକ୍ରମଣ କରିଥିବା ବ୍ୟକ୍ତି ଚୋରି କରିବା ଉଦ୍ଦେଶ୍ୟରେ ଅଗ୍ନି ନିର୍ଗମନ ସିଡ଼ି ଦେଇ ଘରେ ପ୍ରବେଶ କରିଥିଲେ ଏବଂ ଅନେକ ସମୟ ସେଠାରେ ରହିଥିଲେ। ସୈଫ୍ ତାଙ୍କ ପରିବାର ସହିତ ରହୁଥିବା ୧୨ ନମ୍ବର ମହଲାର ସେହି କୋଠାର ସିସିଟିଭି ଫୁଟେଜରେ ସନ୍ଦିଗ୍ଧ ଅଭିଯୁକ୍ତ କଏଦ ହୋଇଛି।ମୁମ୍ବାଇର ପୋଶ୍ ଅଞ୍ଚଳ ବାନ୍ଦ୍ରାସ୍ଥିତ ଅଭିନେତାଙ୍କ ଘରେ ରାତି ପ୍ରାୟ ସାଢ଼େ ୨ଟାରେ ଏହି ଘଟଣା ଘଟିଥିଲା । ଜଣେ ଘରୋଇ ସହାୟିକା ସନ୍ଦିଗ୍ଧଙ୍କୁ ଦେଖି ଯେତେବେଳେ ବଡ଼ ପାଟିରେ ଚିତ୍କାର କରିଥିଲେ, ପାଟି ଶୁଣି ସୈଫ୍ ଅଲ୍ଲୀ ଖାନ ସେଠାରେ ପହଞ୍ଚିଥିଲେ । ଏହାପରେ ଉଭୟଙ୍କ ମଧ୍ୟରେ ସଂଘର୍ଷ ହୋଇଥିଲା । ଅଭିନେତାଙ୍କୁ ସନ୍ଦିଗ୍ଧ ୬ ଥର ଛୁରାମାଡ଼ କରିଥିଲେ । ଏଥିରେ ଘରୋଇ ସହାୟିକାଙ୍କ ହାତରେ ମଧ୍ୟ ମାମୁଲି ଆଘାତ ଲାଗିଛି ।ସେପଟେ ସନ୍ଦିଗ୍ଧଙ୍କୁ ଚିହ୍ନଟ କରିଛି ପୋଲିସ । କିନ୍ତୁ ଘଟଣା ପରେ ସେ ଫେରାର ହୋଇଯାଇଛନ୍ତି । ପୋଲିସ ତାଙ୍କୁ ଧରିବା ପାଇଁ ୧୦ଟି ଟିମ୍ ଗଠନ କରିଛି । ପୋଲିସ ଏବେ ସୈଫଙ୍କ ୩ ଜଣ ଷ୍ଟାଫଙ୍କୁ ପଚରାଉଚରା କରୁଛି ।

Leave A Reply

Your email address will not be published.

3 × 1 =