ବଲିଉଡ୍ ଅଭିନେତା ତଥା ଛୋଟ ନବାବ ସୈଫ ଅଲ୍ଲୀ ଖାନ୍ଙ୍କ ଉପରେ କରାଯାଇଛି ମରଣାନ୍ତକ ଆକ୍ରମଣ। ବାନ୍ଦ୍ରାସ୍ଥିତ ତାଙ୍କର ଘରେ ଚୋର ପଶି ଗୁରୁବାର ସକାଳ ୩ଟାରେ ଏଭଳି କାଣ୍ଡ ଘଟାଇଛନ୍ତି। ୨/୩ ଥର ତାଙ୍କୁ ଛୁରାମାଡ଼ କରାଯାଇଛି। ଘଟଣା ପରେ ସୈଫଙ୍କୁ ସ୍ଥାନୀୟ ଲୀଳାବତୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। କ୍ଷତ ସ୍ଥାନରେ ଅପରେସନ କରଯାଉଥିବା ସୂଚନା ମିଳିଛି।ପୋଲିସକୁ ଖବର ମିଳିବା ପରେ ଘଟଣାର ତଦନ୍ତ ଆରମ୍ଭ ହୋଇଛି। ଘରେ ଥିବା ସିସିଟିଭିର ଫୁଟେଜ ସହ ନିକଟରେ ଥିବା କ୍ୟାମେରାଗୁଡ଼ିକର ଯାଞ୍ଚ କରାଯାଉଛି। କିନ୍ତୁ ଦୁର୍ବୃତ୍ତ ଜଣକ ତାଙ୍କୁ ଛୁରିରେ ଆକ୍ରମଣ କରି ଫେରାର ହୋଇଯାଇଥିଲା। ଅପରପକ୍ଷେ ସୈଫଙ୍କ ଆଘାତ ଗୁରୁତର ନ ଥିବା କୁହାଯାଉଛି।ସୈଫଙ୍କ ଘରେ ପଶିବାକୁ କାହାକୁ ଅନୁମତି ନ ଥାଏ। ଯିଏ ବି ପ୍ରବେଶ କରେ ତାର ଯାଞ୍ଚ କରାଯାଏ। ଏମିତିରେ ସୈଫଙ୍କ ଉପରେ ଆକ୍ରମଣକୁ ସୁରକ୍ଷାରେ ବଡ଼ ଅବହେଳା ବୋଲି କୁହାଯାଉଛି।