ଜାନୁଆରୀ ୩୧ ତାରିଖରୁ କଟିଯିବ ଏହିମାନଙ୍କ ରାସନ କାର୍ଡ ।

ଭୁବନେଶ୍ୱର(ରାଜ୍ୟକାହାଣୀ) ଫେବ୍ରୁଆରୀ ୧ ତାରିଖରୁ ଆଉ ମିଳିବନି ଚାଉଳ କିମ୍ବା ଗହମ । ରାସନ କାର୍ଡରେ ଯେଉଁମାନେ eKYC କରିନାହାନ୍ତି ସେମାନଙ୍କର କାର୍ଡ କାଟିଦିଆଯିବ । ଆଉ ଆଗକୁ eKYC କରିବା ପାଇଁ ସୁଯୋଗ ମିଳିବ ନାହିଁ ।ଗତ ସପ୍ତାହରେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର କହିଥିଲେ, ଜାନୁଆରୀ ୩୧ ତାରିଖ ସୁଦ୍ଧା ekyc ନକଲେ କଟିଯିବ ରାସନ କାର୍ଡ । ବର୍ତ୍ତମାନ ସୁଦ୍ଧା ୪୯ ଲକ୍ଷ ହିତାଧିକାରୀ ekyc କରିନାହାନ୍ତି । ଯଦି ସେମାନେ ଜାନୁଆରୀ ୩୧ ସୁଦ୍ଧା eKYC ନକରନ୍ତି ତେବେ ସେମାନେ ଆଉ ଚାଉଳ ପାଇବେ ନାହିଁ । ବାହାର ରାଜ୍ଯରେ ଥିବା ଲୋକଙ୍କର eKYC କରାଯାଉଛି । ଅଫିସର ମାନେ ନିଜେ ଯାଇ ସେମାନଙ୍କର KYC କରୁଛନ୍ତି । ଏହି ପ୍ରକ୍ରିୟା ସରିବା ପରେ ଯାଇ ନୂଆ ରାସନ କାର୍ଡ ଯୋଗାଇ ଦିଆଯିବ ।ଜାନୁଆରୀ ୩୧ ତାରିଖ ପରେ ଆଉ ମିଳିବ ନାହିଁ ରାସନ । ଚାଉଳ ଏବଂ ଗହମ ପାଇବାରୁ ବଞ୍ଚିତ ହେବେ ହିତାଧିକାରୀ । ସେମାନଙ୍କର ନାଁ ସରକାରୀ ଲିଷ୍ଟରୁ କାଟିଦିଆଯିବ । ଏହା ସହିତ ଯେଉଁ ଅଯୋଗ୍ୟ ହିତାଧିକାରୀ ରାସନ ପାଉଛନ୍ତି ସେମାନଙ୍କ ନାଁ ବି କଟିବ ।

Leave A Reply

Your email address will not be published.

13 − 4 =