ନାଗ ଏମକେ -୨’ ମିସାଇଲ୍‌ର ସଫଳ ପରୀକ୍ଷଣ

ସ୍ବଦେଶୀ ଜ୍ଞାନ କୌଶଳରେ ବିକଶିତ ‘ତୃତୀୟ ପିଢ଼ିର ଫାୟାର ଆଣ୍ଡ୍‌ ଫର୍‌ଗେଟ୍‌ ଆଣ୍ଟି ଟ୍ୟାଙ୍କ୍‌ ଗାଇଡେଡ୍‌ ମିଶାଇଲ ‘ନାଗ ମାର୍କ ୨’ର ସୋମବାର ସଫଳ ପରୀକ୍ଷଣ କରାଯାଇଛି। ଏହି ପରୀକ୍ଷା ସୋମବାର ରାଜସ୍ଥାନର ଜୈସଲମୈର ଜିଲ୍ଲାର ପୋଖରାନ୍‌ରେ ଫିଲ୍ଡ ଫାୟାରିଂ ରେଞ୍ଜରେ କରାଯାଇଛି ।ଉକ୍ତ ପରୀକ୍ଷଣରେ ‘ନାଗ ମାର୍କ ୨’ ମିଶାଇଲ ଠିକ୍‌ ଭାବେ ନିଜର ସମସ୍ତ ଟାର୍ଗେଟକୁ ନଷ୍ଟ କରିଦେଇଥିଲା। ଭାରତୀୟ ସେନାର ବରିଷ୍ଠ ଅଧିକାରୀଙ୍କ ଉପସ୍ଥିତିରେ ପ୍ରତିରକ୍ଷା ଗବେଷଣା ବିକାଶ ସଙ୍ଗଠନ (ଡିଆର୍‌ଡିଓ) ପକ୍ଷରୁ ଏହି ପରୀକ୍ଷଣ କରାଯାଇଛି। ଏହାସହ ‘ନାଗ ମାର୍କ ୨’ ମିଶାଇଲ ଭାରତୀୟ ସେନାରେ ସାମିଲ ହେବା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ହୋଇଯାଇଛି ବୋଲି ପ୍ରତିରକ୍ଷା ମନ୍ତ୍ରଣାଳୟ ସୂଚନା ଦେଇଛି।ନାଗ MK-2 ହେଉଛି ଭାରତୀୟ ସେନା ପାଇଁ ଏକ ଉନ୍ନତ ଆଣ୍ଟି-ଟ୍ୟାଙ୍କ୍‌ ଗାଇଡ୍‌ ମିସାଇଲ୍‌ ସିଷ୍ଟମ୍‌। ଏହା ଏକ ହାଲୁକା ମିସାଇଲ ଯାହା ସମସ୍ତ ପାଣିପାଗ ପରିସ୍ଥିତିରେ କାମ କରିବାକୁ ସକ୍ଷମ ହେବ। ଏହାର ଓଜନ ପ୍ରାୟ ୪୫ କିଲୋ ହୋଇଥିବାବେଳେ ଏହାର ଉଚ୍ଚତା ୬ ଫୁଟ ୧ ଇଞ୍ଚ ରହିଛି । ଏହି ମିସାଇଲ ପ୍ରତି ସେକେଣ୍ଡରେ ୨୩୦ ମିଟର ବେଗରେ ଏହାର ଲକ୍ଷ୍ୟକୁ ଆକ୍ରମଣ ଯେଉଁଥିରୁ ରକ୍ଷା ପାଇବା ଅତ୍ୟନ୍ତ କଷ୍ଟକର । ଏହା ନାଗ ମିସାଇଲ୍‌ ଇଣ୍ଟିଗ୍ରେଟେଡ଼ ଗାଇଡ୍‌ ମିସାଇଲ୍‌ ଡେଭଲପମେଣ୍ଟ ପ୍ରୋଗ୍ରାମ (IGMDP) ଅଧୀନରେ ଡିଆରଡିଓ (DRDO) ଦ୍ୱାରା ବିକଶିତ ହୋଇଛି ।

Leave A Reply

Your email address will not be published.

10 + four =