ଚାଇନା ମାଞ୍ଜା ସୂତାକୁ ନେଇ ଆକ୍ସନ ମୋଡରେ କମିଶନରେଟ ପୋଲିସ

ଭୁବନେଶ୍ୱର(ରାଜ୍ୟକାହାଣୀ) ମକର ସଂକ୍ରାନ୍ତି ପୂର୍ବରୁ ବିଭିନ୍ନ ସ୍ଥାନରେ ଆରମ୍ଭ ହୋଇଛି ଗୁଡି ଉଡ଼ା। ଗୁଡି ଉଡ଼ା ସମୟରେ ଘଟୁଥିବା ଦୁର୍ଘଟଣାକୁ ଦୃଷ୍ଟିରେ ରଖି କଟକ କମିଶନରେଟ ପୋଲିସ ପକ୍ଷରୁ ଦୃଢ ପଦକ୍ଷେପ ନିଆଯାଇଛି। ମାଞ୍ଜା ସୂତାରେ ଗୁଡ଼ି ଉଡ଼ାଇଲେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ । ମାଞ୍ଜା ସୂତା ବିକ୍ରି କିମ୍ବା ସୂତାରେ ଗୁଡ଼ି ଉଡ଼ାଇଲେ ପୋଲିସ ପକ୍ଷରୁ କଡ଼ା ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ଅତିରିକ୍ତ ଡିସିପି ଅମରେନ୍ଦ୍ର ପଣ୍ଡା । ବିପୁଳ ପରିମାଣରେ ବେଆଇନ ସୂତା ଜବତ୍ କରାଯାଇଛି। କିଛି ବ୍ୟକ୍ତିଙ୍କ ବିରୁଦ୍ଧରେ ଆଇନଗତ କାର୍ଯ୍ୟନୁଷ୍ଠାନ ମଧ୍ୟ ଗ୍ରହଣ କରିବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଛି। ଅନ୍ୟପଟେ ଆଜି ମଧ୍ୟ କଟକ ରାଜେନ୍ଦ୍ରନଗର ଅଞ୍ଚଳର ଜଣେ ବ୍ୟକ୍ତିଙ୍କ ବେକରେ ମାଞ୍ଜା ସୂତା ଲାଗିବାରୁ ସେ ଆହତ ହୋଇଛନ୍ତି । ତାଙ୍କ ବେକ ଓ ହାତରେ ଗୁଡି ସୂତା ଲାଗିଛି।

Leave A Reply

Your email address will not be published.

4 + 19 =