ଆଜିଠାରୁ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିବ ଭିତରକନିକା

ଭୁବନେଶ୍ୱର(ରାଜ୍ୟକାହାଣୀ) ଆଜିଠାରୁ ପର୍ଯ୍ୟଟକଙ୍କ ପାଇଁ ଭିତରକନିକା ବନ୍ଦ। ଆଜିଠୁ ୨୨ ତାରିଖ ପର୍ଯ୍ୟନ୍ତ ଅର୍ଥାତ ୯ ଦିନ ଧରି ବନ୍ଦ ରହିବ ଭିତରକନିକା। କୁମ୍ଭୀର ଗଣନା ପାଇଁ ବନ୍ଦ ରହିବ ଭିତରକନିକା।କୁମ୍ଭୀର ବିଶାରଦ ଡକ୍ଟର ସୁଧାକର କରଙ୍କ ନେତୃତ୍ୱରେ ବନ କର୍ମଚାରୀ କୁମ୍ଭୀର ଗଣନା କରିବେ।  ସକାଳ ଓ ସନ୍ଧ୍ୟା ସମୟରେ ହୁଲି ଡ଼ଙ୍ଗା ସାହାଯ୍ୟ ରେ କୁମ୍ଭୀର ଗଣନା କରାଯିବ ।

ଏହି ସମୟରେ ପର୍ଯ୍ୟଟକ ଭିତରକନିକା ବୁଲି ଆସିଲେ ଗଣନାରେ ସମସ୍ୟା ସୃଷ୍ଟି ହେବାର ସମ୍ଭାବନା ଥିବାରୁ ପର୍ଯ୍ୟଟକ ଆସିବା ଉପରେ ବାରଣ କରାଯାଏ ।  ତେବେ ଚଳିତ ଥର ପ୍ରଥମ ଥର ପାଇଁ ଭିତରକନିକା ବାହାର ନଦୀ ନାଳରେ ମଧ୍ୟ କୁମ୍ଭୀର ଗଣନା କରାଯିବ ।  ରାଜନଗର ବନଖଣ୍ଡର କନିକା, ରାଜନଗର, ମହାକାଳପଡ଼ା ଓ ଗହୀରମଥା ୪ଟି ରେଞ୍ଜରେ ସକାଳ ଏବଂ ସଂନ୍ଧ୍ୟା ସମୟରେ ହୁଲି ଡ଼ଙ୍ଗା ସାହାଯ୍ୟରେ କୁମ୍ଭୀର ଗଣନା ଅନୁଷ୍ଠିତ ହେବ।  

Leave A Reply

Your email address will not be published.

five − three =