ଆଜି ପୌଷ ପୂର୍ଣ୍ଣିମା, ସୁନା ବେଶରେ ଦର୍ଶନ ଦେବେ ଶ୍ରୀଜିଉ

ଭୁବନେଶ୍ୱର(ରାଜ୍ୟକାହାଣୀ) ଆଜି ପୌଷ ପୂର୍ଣ୍ଣିମା। ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦେବାଭିଷେକ ପୂର୍ଣ୍ଣିମା ନୀତି। ଆଜି ମହାପ୍ରଭୁଙ୍କର ୩୯ଟି ନୀତି ରହିଥିବାରୁ ବିଭିନ୍ନ ସେବାୟତ ନିଯୋଗ ସହ ସମନ୍ୱୟ ରଖିବା ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପଦକ୍ଷେପ  ନିଆଯାଇଛି । ପ୍ରତି ବର୍ଷ ରତ୍ନ ସିଂହାସହନରେ ବିରାଜମାନ ଚତୁର୍ଦ୍ଦା ମୂର୍ତ୍ତି ୪ ଥର ସୁନା ବେଶ ହୋଇଥାନ୍ତି । ପୌଷ ପୂର୍ଣ୍ଣିମାରେ ରତ୍ନସିଂହାସନରେ ବିରାଜିତ ଚତୁର୍ଦ୍ଧାମୂର୍ତ୍ତି ମହଣ ମହଣ ସୁନା ଅଳଙ୍କାରରେ ବିଭୂଷିତ ହୋଇଥାନ୍ତି। ରତ୍ନ ସିଂହାସନରେ ବିରଜାମାନ ଚତୁର୍ଦ୍ଦା ମୂର୍ତ୍ତିଙ୍କର ଆଜି ହେବ ସୁନା ବେଶ। ସକାଳ ଧୂପ ପରେ ହେବ ଏହି ବେଶ ।ଏହି ଅବସରରେ ଭିତରଛ ମହାପାତ୍ର ଶ୍ରୀଲକ୍ଷ୍ମଣଙ୍କ ରୂପରେ ଦଣ୍ଡଛତ୍ର ଧରି ଦଣ୍ଡାୟମାନ ହେବେ । ଦଣ୍ଡଛତ୍ର ମୂଳକ ଧାରଣ କରି ପାଳିଆ ଭଣ୍ଡାର ମେକାପ ଶ୍ରୀହନୁମାନଙ୍କ ରୂପରେ ଆଣ୍ଠୁମାଡି ବସିଥିବେ ।  ଷୋଡ଼ଷ ଉପଚାରରେ ମହାପ୍ରଭୁଙ୍କୁ ନୈବେଦ୍ୟ ଅର୍ପଣ କରାଯିବ । ରାଜନୀତି ଓ ବନ୍ଦାପନା ନୀତି ସମ୍ପନ୍ନ ହେବ । ଶ୍ରୀ ରଘୁନାଥ ରତ୍ନସିଂହାସନକୁ ବିଜେ ହୋଇ ମହାପ୍ରଭୁଙ୍କ ଆଜ୍ଞାମାଳ ପାଇ ନୀତି ଅନୁଷ୍ଠିତ ହେବ  ।  ଶ୍ରୀମନ୍ଦିରରେ ଠାକୁରଙ୍କ ରାଜାଧିରାଜ ବେଶ ଓ ବିଶେଷ ନୀତି ଦର୍ଶନ କରି ହଜାର ହଜାର ଭକ୍ତ କୃତାର୍ଥ ହେବେ । ଆସନ୍ତାକାଲି ମକର ସଂକ୍ରାନ୍ତି। ଏହି ଅବସରେ ଶ୍ରୀଜିଉଙ୍କ ନିକଟରେ ମକର ଚାଉଳ ଓ ଧନୁମୂଆଁ ଭୋଗ କରାଯିବାର ବଧିବିଧାନ ରହିଛି ।

Leave A Reply

Your email address will not be published.

7 − three =