ମହାକୁମ୍ଭ ଆରମ୍ଭ ଖୁସି ଭିତରେ ସାମ୍ନାକୁ ଆସିଲା ସାଧୁଙ୍କ ଆତ୍ମହତ୍ୟା । 

ବିଶ୍ବର ଅନ୍ୟତମ ବୃହତ ଧାର୍ମିକ ସମାବେଶ ମହାକୁମ୍ଭ ମେଳା। ଏହାକୁ ମାନବ ଜାତିର ସବୁଠୁ ବଡ଼ ସାଂସ୍କୃତିକ ସମାଗମ ବୋଲି ମଧ୍ୟ ବିଶ୍ବାସ କରାଯାଏ। ଆଜି ପୌଷ ପୂର୍ଣ୍ଣିମା ଉପଲକ୍ଷେ ଥିଲା ପ୍ରଥମ ସ୍ନାନ । ପ୍ରଥମ ଦିନରେ ହିଁ ଶ୍ରଦ୍ଧାଳୁଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖାଦେଇଛି । ପ୍ରଥମ ଦିନରେ ପ୍ରାୟ ୧ କୋଟି ଲୋକ ସ୍ନାନ କରିଛନ୍ତି । ତେବେ ପ୍ରଥମ ସାହୀ ସ୍ନାନ ଆସନ୍ତା କାଲି ଅର୍ଥାତ ମକର ସଂକ୍ରାନ୍ତି ଉପଲକ୍ଷେ ଅନୁଷ୍ଠିତ ହେବ । ଏହା ଭିତରେ ମହାକୁମ୍ଭ ମେଳା ପାଇଁ ଉତ୍ସବର ମାହୋଲ ବେଳେ ହରିଦ୍ବାରରୁ ଆସିଛି ଏକ ଦୁଖଃଦ ଖବର । ହରିଦ୍ବାରର ପ୍ରସଦ୍ଧ ଜୁନା ଅଖାଡାର ଜଣେ ସନ୍ଥ ଆତ୍ମହତ୍ୟା କରିଛନ୍ତି । ସନ୍ଥଙ୍କର ନାଁ ହେଉଛି ସୁରେଶଆନନ୍ଦ ଏବଂ ତାଙ୍କ ବୟସ ୭୦ ହେବ ବୋଲି ଜଣାପଡିଛି । ଜୁନା ଆଖାଡା ନିକଟରେ ଥିବା ଏକ ଘରେ ସେ ବିଗତ କିଛି ମାସ ଧରି ଭଡ଼ାରେ ରହୁଥିଲେ । 

ତେବେ ଗତକାଲିଠୁ ଘରର କବାଟ ଭିତରୁ ପଟୁ ବନ୍ଦ ଥିବାରୁ ସ୍ଥାନୀୟ ଲୋକଙ୍କ ସନ୍ଦେହ ବଢିଥିଲା । ପରେ ପୁଲିସ ପହଞ୍ଚି ଘର ଭାଙ୍ଗି ଭିତରୁ ମୃତ ଦେହ ଉଦ୍ଦାର କରିଥିଲେ । ବେକ ଦଉଡି ଲଗାଇ ସନ୍ଥ ଆତ୍ସହତ୍ୟା କରିଥିବା ଅନୁମାନ କରାଯାଉଛି ।

Leave A Reply

Your email address will not be published.

20 + 17 =