କେସ୍ ଡାଏରିରେ ବିଳମ୍ବ ପାଇଁ ଜାମିନ ଆବେଦନ ଶୁଣାଣି ଘୁଞ୍ଚିଛି

ଭୁବନେଶ୍ୱର(ରାଜ୍ୟକାହାଣୀ) ଖୋଲୁଛି ବଣ୍ଟି-ବବଲିଙ୍କ କଳାସାମ୍ରାଜ୍ୟ ଗୁମର ।  ଗାଙ୍ଗୁରାମ ଦୋକାନରୁ କୋଟିପତି ଅନିଲ ।  ଅନିଲଙ୍କ ଘର ୟୁନିଟ-୮ରେ।  ସେ ଦୁଇ ଭାଇଙ୍କ ସହ ମିଶି ଗାଙ୍ଗୁରାମ ଦୋକାନ କରିଥିଲେ ।  ପରେ ଏକ ତେଜରାତି ଦୋକାନ ଖୋଲିଥିଲେ।  ଏସବୁ ବ୍ୟବସାୟ ବନ୍ଦ କରି ଏକ ଖଣି କମ୍ପାନୀରେ ଚାକିରି କରିଥିଲେ।ହଂସିତାଙ୍କ ସଂସ୍ପର୍ଶରେ ଆସିବା ପରେ ସେ ଘର ଛାଡି ପଟିଆ ଅଞ୍ଚଳରେ ଥିବା ଏକ ବିଳାସପୂର୍ଣ୍ଣ ଆପାର୍ଟମେଣ୍ଟରେ ରହୁଥିଲେ।  ମାତ୍ର ୨ ବର୍ଷ ଭିତରେ କୋଟି କୋଟି ଟଙ୍କାର ମାଲିକ ହୋଇଯାଇଥିଲେ ଅନିଲ ଓ ହଂସିତା ।  ଏହା ପଛରେ କିଛି ରାଜନେତାଙ୍କ ଆଶୀର୍ବାଦ ଥିବା ଚର୍ଚ୍ଚା ହେଉଛି।  ତେବେ  ଆଜି ମାମଲାରେ  କେସ୍ ଡାଏରି ଦାଖଲ ହୋଇପାରି ନାହିଁ । କେସ୍ ଡାଏରିରେ ବିଳମ୍ବ ପାଇଁ  ଜାମିନ ଆବେଦନ ଶୁଣାଣି ଘୁଞ୍ଚିଛି। ଆସନ୍ତା ୧୬ ତାରିଖରେ ଏହାର ଶୁଣାଣି ହେବ ।

ସୋମବାର ଜାମିନ ଆବେଦନ ଶୁଣାଣି ପାଇଁ ଦିନ ଧାର୍ଯ୍ୟ କରାଯାଇଥିଲା । ତେବେ କାହିଁକି ଧାର୍ଯ୍ୟ ସମୟରେ ସିଡ଼ି ଦାଖଲ ହୋଉପରିଲାନାହିଁ ତାହା ଏବେ ବଡ଼ ପ୍ରଶ୍ନ ସୃଷ୍ଟି କରିଛି । ଗୋଟିଏ ପଟେ ୧୨ରୁ ଅଧିକ ପ୍ରଭାବଶାଳୀଙ୍କୁ ଆୟକର ବିଭାଗ ସମନ ଜାରି କରିଛି । ଅନ୍ୟପଟେ କମିଶନରେଟ ପୁଲିସର ସ୍ପେଶାଲ କ୍ରାଇମ୍ ୟୁନିଟ ପୁଣି ରିମାଣ୍ଡରେ ନେବାକୁ ଆବେଦନ କରିପାରେ।

Leave A Reply

Your email address will not be published.

13 + 6 =