ପାରା ଆଥଲେଟ୍ ପାୟଲ ନାଗଙ୍କୁ ଅଭିନନ୍ଦନ ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର(ରାଜ୍ୟକାହାଣୀ) ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପାରା ଆଥଲେଟ୍ ପାୟଲ ନାଗଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ମୁଖ୍ୟମନ୍ତ୍ରୀ ସୋସିଆଲ ମିଡିଆ ଏକ୍ସ‌ରେ କହିଛନ୍ତି, ନିଜର କଠିନ ପରିଶ୍ରମ ବଳରେ ଷଷ୍ଠ ଜାତୀୟ ତୀରନ୍ଦାଜ ପ୍ରତିଯୋଗିତାରେ ସ୍ଵର୍ଣ୍ଣ ପଦକ ବିଜେତା ଓଡ଼ିଶାର ଗର୍ବ। ସୂଚନାମୁତାବକ ମୁରିବାହାଲ ବ୍ଲକ ବାନ୍ଧୁପଲା ପଞ୍ଚାୟତ ଯମୁନାବହାଲ ଗାଁର ପାୟଲ ନାଗ । ଯାହାଙ୍କ ସାମ୍ନାରେ ହାର ମାନିଛି ଅକ୍ଷମତା । ରାଜସ୍ଥାନର ଜୟପୁରରେ ହେଉଥିବା ଜାତୀୟ ତୀରନ୍ଦାଜର ଖେଳରେ ସେ ପାଇଛନ୍ତି ଗୋଲ୍ଡ ମେଡାଲ । ପାୟଲ ଜଣେ ଗରିବ ଶ୍ରେଣୀର ହୋଇଥିବା ବେଳେ, ନିଜ ପରିବାର ନିଜ ପେଟ ପାଟଣା ପାଇଁ ସେ ଦାଦନ ଖଟିବାକୁ ଯାଉଥିଲେ ।  ତେବେ ୨୦୧୫ ମସିହା ତାଙ୍କ ଜୀବନର ମୋଡ ବଦଳାଇ ଦେଇଥିଲା ।  ପାୟଲ ତାଙ୍କ ପରିବାର ସହ ଛତିଶଗଡକୁ ଦାଦନ ଖଟି ଯାଇଥିଲେ । ସେହି ସମୟରେ ସେଠାରେ ଖେଳୁଥିବାବେଳେ ବିଦ୍ୟୁତ୍ ସଂସ୍ପର୍ଶରେ ଆସି ଗୁରୁତର ହୋଇଥିଲେ ପାୟଲ ।

ସେହି ଦୁର୍ଘଟଣାରେ ପାୟଲ ନିଜର ଦୁଇଟି ହାତ ଏବଂ ଗୋଡ ହରାଇଥିଲେ । ସେହି ସମୟରେ ଏହି ଖବର ଗଣମାଧ୍ୟମର ଶିରୋନାମ ପାଲଟିଥିଲା । ବଲାଙ୍ଗିର ଜିଲ୍ଲପାଳ ସହଯୋଗର ହାତ ବଢ଼ାଇ ପାୟଲଙ୍କ ପାଠ ପଢା ସହ ଖେଳ ରୁଚି ଉପରେ ଆଗ୍ରହ ଦେଖି ତାଙ୍କ ତୀରନ୍ଦାଜରେ ଅଭ୍ୟାସ କରାଇଥିଲେ । ତେବେ ବର୍ତମାନ ରାଜସ୍ଥାନ ଜୟପୁରରେ ହେଉଥିବା ଜାତୀୟ ତୀରନ୍ଦାଜରେ ଭଲ ପ୍ରଦର୍ଶନ ଦେଖାଇ ଗୋଲ୍ଡ ମେଡାଲ ହାସଲ କରିଛନ୍ତି ପାୟଲ ।

Leave A Reply

Your email address will not be published.

5 × two =