ଆଜି ସରିବ ବିଶ୍ବପ୍ରସିଦ୍ଧ ବରଗଡ ଧନୁଯାତ୍ରା

ଭୁବନେଶ୍ୱର(ରାଜ୍ୟକାହାଣୀ) ଆଜି ହେଉଛି ଏଗାର ଦିନ ଧରି ଚାଲିଥିବା ବରଗଡ ଧନୁଯାତ୍ରା ଅନ୍ତିମ ଦିବସ । କଂସର ବଧ ସହ ପରିସମାପ୍ତି ଘଟିବ ଏଗାର ଦିନ ମହାନାଟକ । ତେବେ ଅନ୍ତିମ ଦିନରେ କୃଷ୍ଣବଲରାମଙ୍କ ହସ୍ତରେ କୁବଳୟା ହସ୍ତୀ ବଧ, ଚାଣ୍ଡୁର ଓ ମୁଷ୍ଟିକ ଆଦି ମଲ୍ଲ ନିଧନ , ଶିବ ଧନୁ ଭଙ୍ଗ, ଉଗ୍ରସେନଙ୍କ ରାଜ୍ୟାଭିଷେକ ଏବଂ ଦେବକୀ ବାସୁଦେବଙ୍କୁ କାରାଗାରରୁ ମୁକ୍ତି ଆଦି ଦୃଶ୍ୟ ଅଭିନୀତ ହେବ । ସୁଚନା ଅନୁଯାୟୀ ଉଦଘାଟିତ ହୋଇଥିଲା  ୭୭ ତମ ବିଶ୍ବପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ମହୋତ୍ସବ  ।   ୧୧ ଦିନ ଧରି ବିଶ୍ବର ସର୍ବବୃହତ ମୁକ୍ତାକାଶ ରଂଗ ମଞ୍ଚରେ ଧନୁଯାତ୍ରା ଅନୁଷ୍ଠିତ ହୋଇଥିଲା  ।   ବରଗଡ଼ ଲୋକସଭା ସାଂସଦ ପ୍ରଦୀପ ପୁରୋହିତ ଏବଂ ବରଗଡ ବିଧାୟକ ଅଶ୍ବିନୀ ଷଡ଼ଙ୍ଗୀ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ  ।ଅମ୍ବାପାଲି ପାଲଟିଥିଲା ଗୋପପୁର ଆଉ ଜୀରା ନଦୀ ସାଜିଥିଲା ଯମୁନା । ଧନୁଯାତ୍ରାର ପ୍ରଥମ ଦିବସରେ ବାସୁଦେବ ଓ ଦେବକୀଙ୍କ ବିବାହ, ଦୈବବାଣୀ, କଂସଙ୍କ ସିଂହାସନ ଆରୋହଣ, ଦେବକୀ ଓ ବାସୁଦେବଙ୍କ କାରାଗାର ପ୍ରେରଣ ଦୃଶ୍ୟ ଅଭିନୀତ ସମସ୍ତଙ୍କୁ ଆକୃଷ୍ଟ କରିଥଲା  । ବରଗଡ଼ର ପ୍ରାୟ ୭ କିଲୋମିଟର ପରିଧି ମଧ୍ୟରେ ୨୨ ଟି ମଂଚରେ ଆୟୋଜିତ ହୋଇଥିଲା  ଧନୁଯାତ୍ରା ମହୋତ୍ସବ  ।

Leave A Reply

Your email address will not be published.

one × 4 =