ଭୁବନେଶ୍ୱର(ରାଜ୍ୟକାହାଣୀ) ବରଗଡ଼ରେ ନିର୍ମାଣ ହେବ ଭବ୍ୟ କଂସ ରାଜମହଲ। ସ୍ଥାୟୀ ରାଜମହଲ ପାଇଁ ଖର୍ଚ୍ଚ ହେବ ୧୨କୋଟି ୮୦ ଲକ୍ଷ ଟଙ୍କା। ରବିବାର ବରଗଡ଼ ଗସ୍ତରେ ଯାଇ ଧନୁଯାତ୍ରା ଦେଖିବା ସହ ମଥୁରା ନଗରୀରେ ମୁଖ୍ୟମନ୍ତ୍ରୀ କରିଛନ୍ତି ଏହି ଘୋଷଣା। ଏହା ସହ ଡିପିଆର ପ୍ରସ୍ତୁତ ପାଇଁ ମଧ୍ୟ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।ଯମୁନା ନଦୀ ବୋଲାଉଥିବା ଜିରା ନଦୀରେ ଆନିକଟ ପାଇଁ ୮୦ କୋଟି ଟଙ୍କା ମଞ୍ଜୁରୀ ହୋଇଛି । କେନାଲର ସୋନ୍ଦର୍ୟ୍ୟକରଣ ପାଇଁ ୩୦ କୋଟି ଟଙ୍କା ମଜୁରୀ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ।