୧୩ ବର୍ଷୀୟା ନାବାଳିକାଙ୍କୁ ତ୍ୟାଗ ଦୀକ୍ଷା ଦେଇ ଅଡ଼ୁଆରେ ମହନ୍ତ

ଉତ୍ତରପ୍ରଦେଶର ପ୍ରୟାଗରାଜରେ ସୋମବାରଠାରୁ ଆରମ୍ଭ ହେବାକୁ ଯାଉଛି କୁମ୍ଭ ମେଳା । ୧୨ ବର୍ଷ ପରେ ଚଳିତ ବର୍ଷ କୁମ୍ଭମେଳା ହେବାକୁ ଯାଉଛି। କୁମ୍ଭମେଳା ଜାନୁଆରୀ ୧୩ରୁ ଆରମ୍ଭ ହୋଇ ଜାନୁଆରୀ ୨୬ ରେ ଶେଷ ହେବ । ତେବେ ଇତିମଧ୍ୟରେ ନାଗା ସନ୍ନ୍ୟାସୀମାନଙ୍କର ଏକ ପ୍ରମୁଖ ଆଖଡ଼ା ଜୁନା ଆଖଡ଼ା ଜଣେ ମହନ୍ତଙ୍କ ବିରୋଧରେ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଜଣେ ନାବାଳିକାକୁ ସନ୍ୟାସୀ ଦୀକ୍ଷା ଦେଇଥିବା ଅଭିଯୋଗରେ ତାଙ୍କ ବିରୋଧରେ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ପ୍ରୟାଗରାଜର ଜୁନା ଆଖଡ଼ାରେ ଜଣେ ୧୩ ବର୍ଷୀୟା ନାବାଳିକାଙ୍କୁ ତ୍ୟାଗ ଦୀକ୍ଷା ଦିଆଯାଇଥିଲା । ଦୀକ୍ଷା ଦେଇଥିଲେ ମହନ୍ତ କୌଶଲ ଗିରି । ଏହାକୁ ନେଇ ବିବାଦ ଦେଖାଦେଇଥିଲା । ଏବେ ସଂପୃକ୍ତ ମହନ୍ତଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ତାଙ୍କୁ ୭ ବର୍ଷ ପାଇଁ ଜୁନା ଆଖଡ଼ାରୁ ବହିଷ୍କାର କରାଯାଇଛି। ଆଖଡ଼ାର ପରମ୍ପରା ଓ ନିୟମ ଉଲ୍ଲଂଘନ କରିଥିବାରୁ ମହନ୍ତ କୌଶଲ ଗିରିଙ୍କ ବିରୋଧରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ନାବାଳିକାଙ୍କୁ ସନ୍ନ୍ୟାସୀ ଭାବେ ଗ୍ରହଣ କରାଯାଇ ପାରିବ ନାହିଁ ବୋଲି ନିୟମ ଥିବାବେଳେ ନାବାଳକିକାଙ୍କୁ ଦୀକ୍ଷା ଦେଇ ନିୟମର ଉଲ୍ଲଙ୍ଘନ କରାଯାଇଛି । 

Leave A Reply

Your email address will not be published.

16 + eighteen =