ଭୁବନେଶ୍ୱର(ରାଜ୍ୟକାହାଣୀ) ଭିତରକନିକା ଜାତୀୟ ଉଦ୍ୟାନରେ କୁମ୍ଭୀର ଗଣନା କରାଯିବ। ଚଳିତ ମାସ ୧୪ ତାରିଖରୁ ୨୨ ପର୍ଯ୍ୟନ୍ତ ଗଣନା କରାଯାଉଥିବାରୁ ପର୍ଯ୍ୟଟକଙ୍କ ପାଇଁ ଜାତୀୟ ଉଦ୍ୟାନ ବନ୍ଦ ରହିବ ବୋଲି ବନବିଭାଗ ସୂତ୍ରରୁ ଜଣାପଡ଼ିଛି। ଭିତରକନିକା ନଦୀ ଓ ନାଳରେ ଜୁଆର ହୋଇ ଥିବାରୁ ଅଧିକ ଭଟ୍ଟା ରହୁଥିବା ଅମାବସ୍ୟା ତିଥି ପରେ ଉଚ୍ଚ ଜୁଆର ନ ଆସିବା ଯୋଗୁଁ ନଦୀ ପଠା ବୁଡି ନଥାଏ । ଏହି ସମୟରେ ଦିନ ଓ ରାତିରେ କୁମ୍ଭୀର ଗଣନା କରିବା ପାଇଁ ସୁବିଧା ହୋଇଥାଏ । ନଦୀ ପଠାରେ କୁମ୍ଭୀର ଶୋଇଥିବା ଚିହ୍ନରୁ ତାର ଲମ୍ବ ମପା ଯାଇ ବୟସ ବର୍ଗ ସ୍ଥିର କରା ଯାଇଥାଏ । ପର୍ଯ୍ୟଟକମାନଙ୍କୁ ବନ୍ଦ କରିବାର ୩ ରୁ ୪ ଦିନ ପରେ ଆହୁଲା ମରା ଡଙ୍ଗା ସାହାଯ୍ୟରେ କୁମ୍ଭୀର ଗଣନା କରାଯାଇଥାଏ। ବିଶେଷଜ୍ଞ ଗଣନାକାରୀଙ୍କୁ ପ୍ରଶିକ୍ଷଣ ପ୍ରଦାନ କରିବା ପରେ ଗଣନାକାରୀ ଦଳ ଗଠନ କରାଯାଇ କୁମ୍ଭୀର ଗଣନା ଆରମ୍ଭ କରାଯିବ ବୋଲି ଜଣାପଡ଼ିଛି।